ଭଦ୍ରକ ପ୍ରସିଦ୍ଧ ପାଳୁଅ ଲଡ଼ୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 2, 2019

ଭଦ୍ରକ ପ୍ରସିଦ୍ଧ ପାଳୁଅ ଲଡ଼ୁ

ଆବଶ୍ୟକ ସାମଗ୍ରୀ: ପାଳୁଅ, ମଇଦା, ସୁଜି, ପାନମଧୁରୀ, ଚିନି, ଜୁଆଣିଗୁଣ୍ଡ, ଅଦାଛେଚା, ରିଫାଇନ୍‌ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଳୁଅକୁ ପାଣିରେ କିଛି ସମୟ ଭିଜେଇବା ପରେ ତାକୁ ଛାଣି ବାଟି ଦିଅନ୍ତୁ। ଏବେ ଚିନି ସିରା ପ୍ରସ୍ତୁତ କରନ୍ତୁ। ତା’ପରେ ଗୋଟିଏ ପାତ୍ରରେ ମଇଦା, ସୁଜି, ପାନମଧୁରୀ, ଜୁଆଣିଗୁଣ୍ଡ, ଅଦାଛେଚା ଓ ପାଳୁଅ ବଟା ପକେଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଏଥିରେ ଅଳ୍ପ ରିଫାଇନ୍‌ ତେଲ, ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକେଇ ପୁଣି ଥରେ ଚକଟନ୍ତୁ। ଚକଟାକୁ ଗୋଲ ଗୋଲ କରି ଗୁଳା ପ୍ରସ୍ତୁତ କରନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରି ଏଗୁଡ଼ିକୁ ଛାଣି ଦିଅନ୍ତୁ। ଛଣା ହୋଇଥିବା ଗୁଳାଗୁଡ଼ିକୁ ପୂର୍ବରୁ  ପ୍ରସ୍ତୁତ କରି ରଖିଥିବା ଚିନି ସିରାରେ ପକାନ୍ତୁ।  ୫ ମିନିଟ୍‌ ପର୍ଯ୍ୟନ୍ତ ସେଗୁଡ଼ିକୁ ଚିନି ସିରାରେ ଭିଜାଇ ରଖନ୍ତୁ। ତା’ପରେ ସେଗୁଡ଼ିକୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ‘ପାଳୁଅ ଲଡ଼ୁ’।



from Odisha Reporter https://ift.tt/2psRiRe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages