ମିଳିଲା ଅପବାଦ; ଓଡ଼ିଶାରେ ସୁରକ୍ଷିତ ନୁହନ୍ତି ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 22, 2019

ମିଳିଲା ଅପବାଦ; ଓଡ଼ିଶାରେ ସୁରକ୍ଷିତ ନୁହନ୍ତି ମହିଳା

ଭୁବନେଶ୍ୱର : ଓଡ଼ିଶାରେ ସୁରକ୍ଷିତ ନୁହନ୍ତି ମହିଳା। ମହିଳାଙ୍କ ବିରୋଧରେ ହେଉଥିବା ବିଭିନ୍ନ ହିଂସାର ତାଲିକା ଦେଖିଲେ ଦେଶରେ ଟପ୍ ଟେନ୍‌ରେ ଆସୁଛି ଓଡ଼ିଶା । ନ୍ୟାସନାଲ କ୍ରାଇମ ରେକର୍ଡସ୍ ବ୍ୟୁରୋ,  NCRB ପକ୍ଷରୁ ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୧୭ ତଥ୍ୟରୁ ଏହି ସାଂଘାତିକ କଥା ଜଣାପଡ଼ିଛି।

ଏହି ରିପୋର୍ଟ ଅନୁସାରେ ମହିଳାଙ୍କୁ ଯୌନ ନିର୍ଯାତନା ଦେବାରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିବାର ଅପବାଦ ମୁଣ୍ଡାଇଛି।  ୨୦୧୭ରେ ରୁଜୁ ହୋଇଛି ଏପରି ୧ ହଜାର ୧୩୪ଟି ମାମଲା । ସେହିପରି ଅସଦାଚରଣରେ ୯ ହଜାର ୧୩୨ଟି ମାମଲା ସହିତ ଓଡ଼ିଶାର ସ୍ଥାନ ଚତୁର୍ଥ। ୨୦୧୭ରେ ଓଡ଼ିଶାରେ ରୁଜୁ ହୋଇଥିଲା ୨ ହଜାର ୭୦ଟି ଦୁଷ୍କର୍ମ ମାମଲା, ଯାହାକି ସାରା ଦେଶରେ ପଞ୍ଚମ ସର୍ବାଧିକ।

ପ୍ରତିଦିନ ରୁଜୁ ହୋଇଛି ୬ଟି ଲେଖାଏଁ ଦୁଷ୍କର୍ମ ମାମଲା। ସବୁଠାରୁ ଉଦ୍‌ବେଗର କଥା ହେଲା, ଏତେ ସତ୍ତ୍ୱେ ଦଣ୍ଡବିଧାନ ହାର ନୈରାଶ୍ୟଜନକ।  ୨୦୧୭ରେ ଏହା ଥିଲା ମାତ୍ର ୭ ଦଶମିକ ୪ ପ୍ରତିଶତ, ଯାହାକି ସାରା ଦେଶରେ ପଞ୍ଚମ ।

ସର୍ବନିମ୍ନ ୩୭୨ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୪ ହଜାର ୬୬୯ ମାମଲାରେ ଖସି ଯାଇଛନ୍ତି ଅଭିଯୁକ୍ତ। ସେହିପର ନାରୀ ନିର୍ଯାତନାର ୯୪ ଦଶମିକ ୭ ପ୍ରତିଶତ ମାମଲା ପଡ଼ି ରହିଛି।



from Odisha Reporter https://ift.tt/2MENlCn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages