କଶ୍ମୀର ପ୍ରସଙ୍ଗରେ ମାଲେସିଆ ନିଜ ମନର କଥା କହିଛି: ମାଲେସିଆ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 22, 2019

କଶ୍ମୀର ପ୍ରସଙ୍ଗରେ ମାଲେସିଆ ନିଜ ମନର କଥା କହିଛି: ମାଲେସିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମାଲେସିଆ ଯେଉଁ ମତ ରଖିଛି ଆଗାମୀ ଦିନରେ ମଧ୍ୟ ସେ ଏହି ନିଷ୍ପତ୍ତି ଉପରେ କାଏମ ରହିବ। ଗତକାଲି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ ଏହା କହିଛନ୍ତି। ଜମ୍ମୁ କଶ୍ମୀରରେ ଭାରତର ପଦକ୍ଷେପକୁ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନ, ତୁର୍କୀ ସହ ମିଶି ବିରୋଧ କରିଥିଲା।

ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ କହିଛନ୍ତି ଜାତିସଂଘରେ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମାଲେସିଆ ଯେଉଁ ମତ ରଖିଛି, ତାହା ନିଜ ମନର କଥା। କାହା କଥାରେ ପରିଚାଳିତ ହୋଇ ନୁହେଁ। ଆଗାମୀ ଦିନରେ ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ବଦଳାଇବନି ମାଲେସିଆ। ମଙ୍ଗଳବାର ମାଲେସିଆ ପାର୍ଲାମେଣ୍ଟରେ ସାମ୍ୱାଦିକ ସମ୍ମିଳନୀରେ ଏଭଳି ମତ ରଖିଛନ୍ତି ମହମ୍ମଦ ମହାଥୀର।

ଗତମାସରେ ଜାତିସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ଏହି ଅବସରରେ କଶ୍ମୀରରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଆକ୍ରମଣାତ୍ମକ ବୋଲି କହିଥିଲା ମାଲେସିଆ। ଭାରତର ଏଭଳି ନିଷ୍ପତ୍ତି ବେଆଇନ। ସମସ୍ୟାର ସମାଧାନ ପାଇଁ ଭାରତ ପାକିସ୍ତାନ ସହ ଆଲୋଚନା କରିବା ଦରକାର ବୋଲି ମାଲେସିଆ କହିଥିଲା। ଯାହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ରଖିଥିଲା।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଥିଲେ ମାଲେସିଆ ସହ ଭାରତର ସମ୍ପର୍କ ପାରମ୍ପରିକ ଭାବରେ ଭଲ ରହିଛି। କଶ୍ମୀର ପ୍ରସଙ୍ଗରେ ମାଲେସିଆ ଯେଉଁ ମତ ରଖିଛି ସେଥିପାଇଁ ଭାରତ ଅସନ୍ତୋଷ ପ୍ରକାଶ କରିଛି।

ମାଲେସିଆ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମାଲେସିଆ ଏକ ବ୍ୟବସାୟିକ ଦେଶ, ଆମକୁ ବଜାରର ଆବଶ୍ୟକତା ରହିଛ। ଏଥିପାଇଁ ଆମେ ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରୁ। ଏଥିପାଇଁ ଆମେ ଲୋକଙ୍କ ହିତ ପାଇଁ ମତ ରଖୁ, ଯାହାକି କିଛି ଲୋକଙ୍କୁ ଭଲ ଲାଗେ ଆଉ କିଛି ଲୋକଙ୍କୁ ଖରାପ ଲାଗିପାରେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କଶ୍ମୀର ପ୍ରସଙ୍ଗରେ ମାଲେସିଆର ମତକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏହାପରେ ଭାରତ ମାଲେସିଆ ପାଖରୁ ଆମଦାନୀ କରୁଥିବା ପାମୋଲିନ ତେଲକୁ ବନ୍ଦ କରିଦେଇଛି।

ଏହି ପ୍ରସଙ୍ଗରେ ଆଗାମୀ ଦିନରେ ମାଲେସିଆ ବିଶ୍ୱ ବ୍ୟାପାର ସଂଗଠନ(WTO) ପାଖରେ ଏବେ ଅଭିଯୋଗ କରିବ ନାହିଁ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ କହିଛନ୍ତି। ହେଲେ କେଉଁ ଆଧାରରରେ ଭାରତ ଆମଦାନୀ ବନ୍ଦ କରିଛି ସେ ବାବଦରେ ସମ୍ପୂର୍ଣ୍ଣ ଅବଗତ ହେବା ପରେ ଆଗାମୀ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/31FmD0o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages