ବରମୁଲ୍ଲାରୁ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଗିରଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

ବରମୁଲ୍ଲାରୁ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଗିରଫ୍

ଶ୍ରୀନଗର: ରବିବାର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଗିରଫ ହୋଇଛି। ଏ ନେଇ ଜମ୍ମୁ କଶ୍ମୀର ବରମୁଲା ଜିଲ୍ଲା ପୁଲିସ ସୂଚନା ଦେଇଛି। ଗିରଫ ଆତଙ୍କବାଦୀର ନା ମୋହଶିନ୍ ମନଜୋର ଶଲହେଅ। ତା’ର ଘର ବରମୁଲ୍ଲା। ପାକିସ୍ତାନ ଏହି ଆତଙ୍କବାଦୀ ସଂଗଠନର ସଦସ୍ୟ ମୋହଶିନକୁ ଗତକାଲି ପୁଲିସ୍ ଗିରଫ କରି ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଦୁଇଟି ମାମଲାରେ ମୋହଶିନ୍ ରାଜ୍ୟ ପୁଲିସର ମୋଷ୍ଟ ଓ୍ୱାଣ୍ଟେଡ ତାଲିକାରେ ଥିଲା।

ନିକଟରେ ତିନି ଜଣ ଆତଙ୍କବାଦୀ ବରମୁଲ୍ଲା ଜିଲ୍ଲାରେ ଆକ୍ରମଣ କରିଥିଲେ। ଯେଉଁଥିରେ ମୋହଶିନର ଭୂମିକା ଥିଲା। ନିକଟରେ ଏହି ସଂଗଠନର ଜଣେ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀ ବିଲାଲ ଭଟ୍ଟ ଏବଂ ଅନ୍ୟ ଜଣେ ପୁଲିସ ଅଧିକାରୀ ସହିଦ ହୋଇଥିବା ବେଳେ ଅମରିନ୍ଦର ନାମକ ପୁଲିସ ଅଧିକାରୀ ଆହତ ହୋଇଥିଲେ।

ସେହିପରି ଏହି ସଂଗଠନର ଦ୍ୱିତୀୟ ଆତଙ୍କବାଦୀ ନିକଟରେ ଗିରଫ୍ ହୋଇଥିବାବେଳେ ଗତକାଲି ଆଉ ଜଣେ ତଥା ତୃତୀୟ ଆତଙ୍କବାଦୀ ଗିରଫ୍ ହୋଇଛି।



from Odisha Reporter https://ift.tt/2AQHtz7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages