ପୂଜା ଦେଖି ଫେରୁଥିଲେ, ଖୁରରେ ଆକ୍ରମଣ କଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

ପୂଜା ଦେଖି ଫେରୁଥିଲେ, ଖୁରରେ ଆକ୍ରମଣ କଲେ ଦୁର୍ବୃତ୍ତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟ): ପୂଜା ଦେଖି ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ବାଲେଶ୍ୱର ଜିଲ୍ଲା ଝାଡଶ୍ୱର ମନ୍ଦିର ନିକଟରେ ଦୁର୍ବୃତ୍ତଙ୍କ ଖୁର ମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ହରିପୁର ଅଞ୍ଚଳର ରାକେଶ ମୁଦୁଲି ଓ ରାଜେଶ ମୁଦୁଲି।

ବିଭିନ୍ନ ପୂଜା ମଣ୍ଡପ ବୁଲି ଗତକାଲି ବିଳମ୍ବିତ ରାତିରେ ରାକେଶ ଓ ରାଜେଶ ଘରକୁ ଫେରୁଥିଲେ। ଏହି ସମୟରେ ଝାଡ଼େଶ୍ୱର ମନ୍ଦିର ନିକଟରେ ଚାରି ଜଣ ନିଶାଗ୍ରସ୍ତ ଯୁବକ ସେମାନଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ପରେ ନିଶାଗ୍ରସ୍ତ ଯୁବକମାନେ ରାକେଶ ଓ ରାଜେଶଙ୍କୁ ଖୁରରେ ଆକ୍ରମଣ କରିଥିଲେ। ତେବେ ସେମାନଙ୍କୁ ଚିହ୍ନି ପାରି ନ ଥିବା କହିଛନ୍ତି ରାକେଶ ଓ ରାଜେଶ।



from Odisha Reporter https://ift.tt/2Iu3GqM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages