ନୂଆଦିଲ୍ଲୀ: ନଭେମ୍ୱର ଶେଷ ସପ୍ତାହରେ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ନଭେମ୍ବର ୧୮ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି। ଗତକାଲି ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟିର ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି। ହେଲେ ଏ ନେଇ କୌଣସି ଘୋଷଣା କରାଯାଇନାହିଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ତାଙ୍କ ଘରେ ବସିଥିଲା।
ସୂଚନାଯୋଗ୍ୟ, ଗତ ୨ ବର୍ଷ ହେବ ନଭେମ୍ୱର ୨୧ରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ବର୍ଷ ଆରମ୍ଭର ପ୍ରଥମ ସପ୍ତାହରେ ଶେଷ ହୋଇଥିଲା। ଏହି ଶୀତ ଅଧିବେଶନରେ ପିଏମସି ବ୍ୟାଙ୍କ ଉପରେ ଆରବିଆଇ କଟକଣା ଲଗାଇଛନ୍ତି। ଟଙ୍କା ଉଠାଣ ଉପରେ କଟକଣା ରହିଥିବାରୁ ପିଏମସି ଗ୍ରାହକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଏହି ସମସ୍ୟାର ସମାଧାନ ଶୀତକାଳୀନ ଅଧିବେଶନରେ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ।
from Odisha Reporter https://ift.tt/31nJMVc
No comments:
Post a Comment