ଗଞ୍ଜେଇ ବେପାରକୁ ବିରୋଧ କରିବାରୁ ଖଣ୍ଡା ଓ ଫର୍ସାରେ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 16, 2019

ଗଞ୍ଜେଇ ବେପାରକୁ ବିରୋଧ କରିବାରୁ ଖଣ୍ଡା ଓ ଫର୍ସାରେ ଆକ୍ରମଣ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଗଞ୍ଜେଇ ବେପାରୀଙ୍କୁ ବିରୋଧ କରିବା ମହଙ୍ଗା ପଡ଼ିଲା। ଏଥିଯୋଗୁ ଜଣେ ଛାତ୍ରଙ୍କୁ ଆକ୍ରାଶର ଶିକାର ହେବାକୁ ପଡ଼ିଛି। ଗଞ୍ଜେଇ ବେପାରୀଙ୍କ ମାରଣାସ୍ତ୍ର ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିବା ଛାତ୍ରଜଣକ ଏବେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଏପରି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ପାର୍ବତୀପୁର ଗାଁରେ। ଆହତ ଛାତ୍ରଙ୍କ ନାଁ ଲବ ମହାପାତ୍ର। ସେ ପଠାଣି ସାମନ୍ତ ମହାବିଦ୍ୟାଳୟର +୩ର ଶେଷ ବର୍ଷର ଛାତ୍ର।

ଲବ ନିଜ ଗାଁର ଜଣେ ଗଞ୍ଜେଇ ବେପାରୀଙ୍କୁ  କିଛି ଦିନ ପୂର୍ବେ ବିରୋଧ କରିଥିଲେ। ଏଥିସହ ଗାଁର ଯୁବକମାନଙ୍କୁ ଗଞ୍ଜେଇ ସେବନ ନକରିବାକୁ ସଚେତନ କରାଇବା କାରଣରୁ ସେ ଗଞ୍ଜେଇ ବେପାରୀଙ୍କ ଟାର୍ଗେଟରେ ଥିଲେ। ତେବେ ଗତକାଲି ରାତିରେ ସେ ଘରକୁ ଆସୁଥିବା ବେଳେ ଭାପୁର-ପାର୍ବତୀପୁର ବାଇପାସ୍ ରାସ୍ତାରେ ସଂଘବଦ୍ଧ ଭାବେ କିଛି ଦୁର୍ବୃତ୍ତ ଖଣ୍ଡା ଏବଂ ଫର୍ସାରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଲବଙ୍କୁ ପ୍ରଥମେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରଥମେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପକ୍ଷରେ ଲବଙ୍କୁ ବିଭିନ୍ନ ସମୟରେ ଗଞ୍ଜେଇ ବ୍ୟବସାୟୀମାନେ ହତ୍ୟା କରିବା ପାଇଁ ଧମକ ଚମକ ଦେଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଲବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କ ପରିବାର ଲୋକେ ତାଙ୍କ ନିକଟରେ କଟକ ବଡ଼ ଡାକ୍ତରଖାନାରେ ଅଛନ୍ତି। ତେଣୁ ସେମାନେ ଥାନାରେ ଅଭିଯୋଗ କରିପାରି ନାହାନ୍ତି। ତେବେ ଏହା ଏକ ସମ୍ୱେଦନଶୀଳ ଘଟଣା ହୋଇଥିବା ସତ୍ତ୍ୱେ ପୁଲିସ୍ ନିଜ ଆଡୁ ମାମଲା ରୁଜୁ କରି ନ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।



from Odisha Reporter https://ift.tt/31p9hVY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages