ମହିଳାଙ୍କୁ ଧମକ ଦେଇ ଗିରଫ ହେଲେ ଶାସକ ଦଳର ବିଧାୟକ ଶ୍ରୀଧର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 5, 2019

ମହିଳାଙ୍କୁ ଧମକ ଦେଇ ଗିରଫ ହେଲେ ଶାସକ ଦଳର ବିଧାୟକ ଶ୍ରୀଧର

ଅମରବତୀ: ମହିଳାଙ୍କୁ ଧମକ ଚମକ ଦେବା ଅଭିଯୋଗରେ ଆଜି ଗିରଫ ହୋଇଛନ୍ତି ଓ୍ୱାଇଏସଆର କଂଗ୍ରେସର ନେଲୋର ଗ୍ରାମାଞ୍ଚଳ ବିଧାୟକ ଶ୍ରୀଧର ରେଡ୍ଡୀ। ପୂର୍ବରୁ ଶ୍ରୀ ରେଡ୍ଡୀ ବିଧାୟକ ଭାବରେ ଶପଥ ନେବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନାମ ଉଚ୍ଚରାଣ କରି ଚର୍ଚ୍ଚାକୁ ଆସିଥିଲେ।

ଶୁକ୍ରବାର ଶ୍ରୀ ରେଡ୍ଡୀ ଭେଙ୍କେଟାଚଲମ ମଣ୍ଡଳ ପରିଷଦର ବିକାଶ ଅଧିକାରୀ ଏ ସରଳାଙ୍କୁ ଧମକ ଚମକ ଦେଇଥିଲେ। ଏକ ପ୍ରକଳ୍ପ ବାବଦରେ ଆଲୋଚନା କରିବାକୁ ଏ ସରଳାଙ୍କ ଘରକୁ ଯାଇଥିଲେ ଶ୍ରୀଧର ରେଡ୍ଡୀ। ଏହି ସମୟରେ ତାଙ୍କ ନିର୍ଦ୍ଦେଶରେ ଏ ସରଳାଙ୍କ ଘରୁ ବିଦ୍ୟୁତ୍ କାଟି ଦିଆଯାଇଥିଲା। ଏମିତିକି ପ୍ରକଳ୍ପ ପୂରା ନହେବା ଯାଏ ସରଳାଙ୍କ ଘରକୁ ପାଣି, ବିଦ୍ୟୁତ୍ ସେବା ବନ୍ଦ ରହିବ ବୋଲି କହିଥିଲେ। ଏହାପରେ ସରଳାଙ୍କ ମାଆ ଓ ତାଙ୍କୁ ଗାଳିଗୁଲଜ କରିଥିଲେ ବୋଲି ଏ ସରଳା ଥାନାରେ ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ପୁଲିସ ନେଇନଥିଲା ଶାସକ ଦଳର ବିଧାୟକଙ୍କ ବିରୋଧରେ।

ଏହାପରେ ବିଧାୟକ ଶ୍ରୀଧର ରେଡ୍ଡୀଙ୍କ ଗିରଫ ଦାବିରେ ଆନ୍ଦୋଳନ ହୋଇଥିଲା। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘଟଣା ବାବଦରେ ଅବଗତ ହେବା ପରେ ଅଭିଯୁକ୍ତ ଯିଏ ବି ହୋଇଥାଉ ନା କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେକ ଗୌତମ ସଓ୍ୱଂଗାଙ୍କୁ କହିଥିଲେ। ଏହାପରେ ପୁଲିସ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରି ଆଜି ବିଧାୟକ ଶ୍ରୀଧର ରେଡ୍ଡୀଙ୍କୁ ଗିରଫ କରିଛି।



from Odisha Reporter https://ift.tt/30TA0tr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages