ଆଇଟି କମ୍ପାନୀ ଚାକିରି ଛାଡ଼ି ବସ୍ତି ପିଲାଙ୍କୁ ପଢ଼ାଉଛନ୍ତି ଅଶ୍ୱିନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 5, 2019

ଆଇଟି କମ୍ପାନୀ ଚାକିରି ଛାଡ଼ି ବସ୍ତି ପିଲାଙ୍କୁ ପଢ଼ାଉଛନ୍ତି ଅଶ୍ୱିନୀ

ଭୁବନେଶ୍ୱର (ପ୍ରଭାତ କୁମାର ବାରିକ): ପେସାରେ ସେ ଜଣେ ଇଞ୍ଜିନିୟର। କିନ୍ତୁ ନିଶା ହେଉଛି ଶିକ୍ଷାଦାନ। ତେବେ ସେ କୌଣସି ବଡ଼ ଇଞ୍ଜିନିୟରିଂ କଲେଜରେ ପିଲାଙ୍କୁ ପାଠ ପଢ଼ାଉ ନାହାନ୍ତି। ବସ୍ତିରେ ରହୁଥିବା ପିଲାମାନଙ୍କୁ ସେ ପାଠ ପଢ଼ାଉଛନ୍ତି। ତାହା ପୁଣି ମାଗଣାରେ। ଆଜିକାଲି ଯୁବପିଢ଼ି ଅଧିକରୁ ଅଧିକ ଆୟ କରି ବିଳାସମୟ ଜୀବନ ବିତାଇବାକୁ ସ୍ୱପ୍ନ ଦେଖୁଥିବା ବେଳେ ଏମିତି ଏକ ମହତ୍ କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି ଯୁବ ଇଞ୍ଜିନିୟର ଅଶ୍ୱିନୀ ପାଢ଼ୀ।

ସେ ବେଙ୍ଗାଲୁରୁରେ ଏକ ଆଇଟି କମ୍ପାନୀରେ ଚାକିରି କରୁଥିଲେ। ଚାକିରି ଛାଡ଼ି ସେ ପ୍ରଥମେ କଟକରେ ଗୋଟିଏ ବିପିଓ ଖୋଲିଥିଲେ। ତେବେ ତା’ ଭିତରେ ତାଙ୍କର ଶିକ୍ଷାଦାନ ପ୍ରତି ନିଶା ବଢ଼ି ଚାଲିଲା। ଅଶ୍ୱିନୀଙ୍କ ବାପା ସୁଦାମ ପାଢ଼ୀ ଜଣେ ଶିକ୍ଷକ। ସେହିଭଳି ମା’ ରୁନା ପଣ୍ଡା ବି ଜଣେ ଶିକ୍ଷୟିତ୍ରୀ। ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବସ୍ତିରେ ରହୁଥିବା ଗରିବ ପିଲାମାନଙ୍କୁ ସେ ମାଗଣାରେ ପାଠ ପଢ଼ାଉଛନ୍ତି। କେବଳ ସେତିକି ନୁହେଁ, ସେହି ପିଲାଙ୍କ ପାଇଁ ବହିଖାତାଠାରୁ ଆରମ୍ଭ କରି ଅନ୍ୟାନ୍ୟ ପଢ଼ା ସାମଗ୍ରୀ ସେ ଯୋଗାଇ ଦେଉଛନ୍ତି।

ଅଶ୍ୱିନୀ ଏବେ ରାଜଧାନୀ ଭୁବନେଶ୍ୱରରେ ନିଜେ ବିଭିନ୍ନ ପ୍ରୋଜେକ୍ଟ କାମ କରି ରୋଜଗାର କରୁଛନ୍ତି। ଆଉ ବଳକା ସମୟରେ ବାପୁଜୀ ନଗର ବସ୍ତିରେ ପିଲାମାନଙ୍କୁ ପଢ଼ାଉଛନ୍ତି। ପିଲାମାନଙ୍କୁ ପଢ଼ାଇ ସେ ଆତ୍ମସନ୍ତୋଷ ପାଉଛନ୍ତି।

ଅଶ୍ୱିନୀ କହିଛନ୍ତି, “ଦୁଇ ତିନି ବର୍ଷ ହେଲାଣି ମୁଁ ପିଲାମାନଙ୍କୁ ପଢ଼ାଉଛି। ବସ୍ତି ପିଲାମାନଙ୍କୁ ପଢ଼ାଉଛି, ଯେଉଁମାନଙ୍କ ଆର୍ଥିକ ସ୍ଥିତି ଏତେ ଭଲ ନାହିଁ। ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ମୁଁ ଏହି କାର୍ଯ୍ୟ କରୁଛି। ଯେହେତୁ ମୋ ବାପାମା’ ନୁହେଁ ଶିକ୍ଷକତା କରୁଛନ୍ତି, ତେଣୁ ମୁଁ ଛୁଆ ବେଳକୁ ସେମାନଙ୍କଠାରୁ ପଢ଼ାଇବା ପାଇଁ ପ୍ରୋତ୍ସାହିତ ହୋଇଥିଲି।”

ଅନ୍ୟପକ୍ଷରେ ଟଙ୍କାପଇସା ତଥା ସଚେତନତା ଅଭାବରୁ ବସ୍ତିର ଯେଉଁ ପିଲାମାନେ ଶିକ୍ଷାଠାରୁ ଦୂରେଇ ରହିଥିଲେ ସେମାନେ ଏବେ ଅଶ୍ୱିନୀଙ୍କ ସହଯୋଗରେ ପାଠ ପଢ଼ୁଥିବା ଯୋଗୁ ବେଶ୍ ଖୁସି ଅଛନ୍ତି। ସେମାନଙ୍କ ଅଭିଭାବକମାନେ ମଧ୍ୟ ଅଶ୍ୱିନୀଙ୍କୁ ପ୍ରଶଂସା କରୁଛନ୍ତି।

ଜୀବନର ଲକ୍ଷ୍ୟ କେବଳ ପାଠପଢ଼ି ଅର୍ଥ ଉପାର୍ଜନ କରିବା ନୁହେଁ। ନିଜେ ଶିକ୍ଷିତ ହୋଇ ଅନ୍ୟକୁ ଶିକ୍ଷିତ କରିବା ମଧ୍ୟ ଆମ ସମାଜର ପ୍ରତ୍ୟେକ ଲୋକଙ୍କ କର୍ତ୍ତବ୍ୟ। ଆଉ ଏ କ୍ଷେତ୍ରରେ ସତରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ଅଶ୍ୱିନୀ।



from Odisha Reporter https://ift.tt/2oTyRFe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages