ନୀଳଗିରିରେ ବିଧାୟକ-ତହସିଲଦାର ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 3, 2019

ନୀଳଗିରିରେ ବିଧାୟକ-ତହସିଲଦାର ମୁହାଁମୁହିଁ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁ ଆଜି ମୁହାଁମୁହିଁ ହୋଇଛନ୍ତି। ନୀଳଗିରି କୋର୍ଟ ପରିସରରେ ଥିବା ମୋହରିରଙ୍କ ଚାଳିଆ ଉଚ୍ଛେଦ ସମୟରେ ଏପରି ପରିସ୍ଥିତି ଉପୁଜି ତାହା ଉଗ୍ର ରୂପ ଧାରଣ କରିଛି।

ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ନୀଳଗିରି କଚେରୀ ପରିସରରେ ମୋହରିରମାନେ ଦୀର୍ଘ ଦିନ ହେଲା ଚାଳିଆ କରି ବସିଛନ୍ତି। ହେଲେ ସେମାନଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଉ ଥିବାରୁ ଏହାକୁ ତୀବ୍ର ବିରୋଧ କରିଛନ୍ତି ବିଧାୟକ। ଆଜି ସକାଳେ ନୀଳଗିରି ତହସିଲଦାର, ଅତିରିକ୍ତ ତହସିଲଦାର ଓ ସଦର RI  କୋର୍ଟ ପରିସରରେ ପହଞ୍ଚିଥିଲେ। ଏହାପରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଜେସିବି ମେସିନ ସାହାଯ୍ୟରେ ଚାଳିଆ ଭଙ୍ଗା କାମ ଆରମ୍ଭ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଆସି ବିଧାୟକ ସୁକାନ୍ତ ନାୟକ ପହଞ୍ଚିଥିଲେ।

ଲୋକଙ୍କୁ ଥଇଥାନ ନ କରି କାହିଁକି ଚାଳିଆ ଭାଙ୍ଗୁଛ ବୋଲି ତହସିଲଦାର ଟୁଡ଼ୁଙ୍କୁ ପ୍ରଶ୍ନ କରିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ବଚସା। ଏହାପରେ ଉତ୍ତ୍ୟକ୍ତ ବିଧାୟକ ସମସ୍ୟାର ସମାଧାନ ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଅନଶନରେ ବସିଛନ୍ତି।

ଏନେଇ ବିଧାୟକ ନାୟକ କହିଛନ୍ତି, କୋର୍ଟ ପରିସରରୁ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ପଦ୍ଧତିରେ ଚାଳିଆକୁ ଉଚ୍ଛେଦ କରାଯାଉଛି। ମାନବ ସେବ ହିଁ ମାଧବ ସେବା । ଏଠାରେ ଲୋକେ ବହୁ ବର୍ଷରୁ ବସୁଛନ୍ତି। ସେମାନଙ୍କୁ ଥଇଥାନ ନ କରିବା ପର୍ଯ୍ୟନ୍ତ ଏହି ଚାଳିଆ ନ ଭାଙ୍ଗିବାକୁ କିଛି ଦିନ ପୂର୍ବେ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ଜଣାଇଥିଲୁ। ହେଲେ ଆଜି ସକାଳେ ଭଙ୍ଗା ଚାଲିଥିବା ଖବର ପାଇ ପହଞ୍ଚିଲୁ । କିନ୍ତୁ ଏଠାରେ ଅଧିକାରୀଜଣକ ଖରାପ ବ୍ୟବହାର କରୁଛନ୍ତି। ଏକଛତ୍ରବାଦ ଅଫିସରଙ୍କ ନିକଟରୁ ଲୋକେ କି ନ୍ୟାୟ ପାଇବେ। ଏଠାରେ ସାଧାରଣ ଲୋକେ ସାଟିଫିକେର୍ଟ ପାଇପାରୁ ନାହାନ୍ତି, ଜମିଜମା ସଂକ୍ରାନ୍ତୀୟ କାମ କିଛି ହୋଇ ପାରୁନାହିଁ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ୫T କାର୍ଯ୍ୟକ୍ରମ କିଛି ହେଉନି।”

ଏହି ଘଟଣାର ସମାଧାନ ନ ହେଲା ଯାଏ ଉପଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଲି ବୋଲି କହିଲେ ବିଧାୟକ। ଅପରପକ୍ଷେ ଏ ସଂକ୍ରାନ୍ତରେ ତହସିଲଦାରଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନି। ଖବର ପାଇ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଘଟଣାସ୍ଥଳରେ ପହଞ୍ଚି ବିଧାୟକଙ୍କୁ ବୁଝାସୁଝା କରିବା ଆରମ୍ଭ କରିଛନ୍ତି। କିନ୍ତୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରି ନ ଥିବା ଜଣାଯାଇଛି।  



from Odisha Reporter https://ift.tt/2OpDaCZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages