ବନ୍ଧୁଙ୍କ ଘରୁ ଫେରିଲା ବେଳେ ଚାପି ଦେଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 3, 2019

ବନ୍ଧୁଙ୍କ ଘରୁ ଫେରିଲା ବେଳେ ଚାପି ଦେଲା ଟ୍ରକ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ନିକଟ ଲାଠିକଟା ବ୍ଲକ୍‌ର ଶିଉଡ଼ି ନିକଟରେ ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ମାଡ଼ିଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ନାଁ ଜଣାପଡ଼ି ନ ଥିବା ବେଳେ ତାଙ୍କ ଘର ଅନୁଗୋଳ ଜିଲ୍ଲାରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ରାଉରକେଲାକୁ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଆସିଥିଲେ। ଆଜି ସକାଳେ ସେ ସ୍କୁଟି ନେଇ ଅନୁଗୋଳକୁ ଫେରୁଥିଲେ। ଏହି ସମୟରେ ଶିଉଡ଼ି ନିକଟରେ ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣା କେମିତି ଘଟିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। କାରଣ ଉକ୍ତ ଟ୍ରକ୍ ସହିତ ଏକ ଇନୋଭା ଗାଡ଼ିର ମଧ୍ୟ ଧକ୍କା ହୋଇଥିଲା। ଯାହା ଅନୁମାନ କରାଯାଉଛି ଇନୋଭା ଗାଡ଼ି ସହିତ ଧକ୍କା ହେବା ପରେ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ଏହି ସ୍କୁଟି ଚାଳକଙ୍କ ଉପରେ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଇନୋଭା ଗାଡ଼ିର ସମ୍ମୁଖ ଭାଗ ନଷ୍ଟ ହୋଇଥିଲା ବେଳେ ଏଥିରେ ବସିଥିବା ତିନି ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ୍‌ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2pKhRSb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages