ଇସଲାମାବାଦ: ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନର ସ୍ଥିତି ଏବେ ଆହୁରି ଖରାପ ହୋଇ ଚାଲିଛି। ବିଶ୍ୱ ବ୍ୟାଙ୍କ ସମେତ ପାକିସ୍ତାନ ସହ ବନ୍ଧୁତ୍ୱ ରଖୁଥିବା ଦେଶ ମଧ୍ୟ ପାକିସ୍ତାନର ହାତ ଛାଡ଼ି ଦେଇଛନ୍ତି। ଏମିତିକି ଚାଇନା ମଧ୍ୟ ପାକିସ୍ତାନକୁ ଯେଉଁ ଆର୍ଥିକ ସହାୟତା ଦେଉଥିଲା ସେଥିରେ ରୋକ ଲଗାଇଛି। ଯାହାକି ପାକିସ୍ତାନର ସ୍ଥିତିକୁ ଆହରି ସଙ୍କଟ ଆଡ଼କୁ ଠେଲି ଦେଇଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳ (ପାକିସ୍ତାନ-ଏ-ଇନସାଫ) ସାଧାରଣ ନିର୍ବାଚନ ବେଳେ ୧ କୋଟି ନିଯୁକ୍ତି ଦେବ ବୋଲି ଘୋଷଣା କରିଥିଲା। ଏହାପରେ ଲୋକମାନେ ଭରସା କରି ଜନାଦେଶ ଦେଇଥିଲେ। ହେଲେ ଏବେ ପାକିସ୍ତାନର ବିଜ୍ଞାନ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫାଓ୍ୱାଦ ଚୌଧୁରୀ କହିଛନ୍ତି କେହି ସରକାରୀ ଚାକିରି ପାଇଁ ଆଶା ନରଖନ୍ତୁ।
ଫାଓ୍ୱାଦଙ୍କ ଏହି ମନ୍ତବ୍ୟ ପରେ ପାକିସ୍ତାନ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିରୋଧୀ ଏ ନେଇ ଶାସକ ଦଳ ଏବଂ ଇମ୍ରାନ ଖାନଙ୍କ ଉପରେ ବର୍ଷିଛନ୍ତି। ପାକିସ୍ତାନ ମିଡିଆର ରିପୋର୍ଟ ଅନୁୟାୟୀ, ଇସଲାମାବାଦରେ ଏକ କାର୍ଯ୍ୟକ୍ରମ ବେଳେ ଫାଓ୍ୱାଦ ଚୌଧୁରୀ କହିଛନ୍ତି ଚାକିରି ପାଇଁ ଆଶା ରଖୁଥିବା ବ୍ୟକ୍ତି ସରକାରୀ ଚାକିରି ଉପରେ ଆଶା ନରଖିବା ଉଚିତ୍। ସରକାର ୪୦୦ ସରକାରୀ ବିଭାଗକୁ ବନ୍ଦ କରିବା ପାଇଁ ଘୋଷଣା କରିଥିବା ସେ କହିଛନ୍ତି। ୧୯୭୦ରେ ମାନସିକତା ଥିଲା ସରକାରୀ ଲୋକମାନଙ୍କୁ ଚାକିରି ଦିଅନ୍ତି। ହେଲେ ଏବେ ଲୋକମାନଙ୍କୁ ଘରୋଇ କମ୍ପାନୀ ଚାକିରି ଦେଉଛି। ପାକିସ୍ତାନ ସରକାର ଯଦି ସରକାରୀ ଚାକିରି ଦେବେ ଦେଶର ଅର୍ଥବ୍ୟବସ୍ଥା ଆହୁରି ଭୁଶୁଡ଼ି ପଡ଼ିବ ବୋଲି ସେ କହିଛନ୍ତି।
ତେବେ ବିବାଦ ବଢ଼ିବା ପରେ ମିଡିଆ ତାଙ୍କ ପ୍ରତିକ୍ରିୟାକୁ ଭୁଲ ଅର୍ଥରେ ପ୍ରସାରଣ କରୁଛି ବୋଲି ଫାଓ୍ୱାଦ କହିଛନ୍ତି।
from Odisha Reporter https://ift.tt/2VMl8fy
No comments:
Post a Comment