ଏକାଠି ଫିଲ୍ମରେ ନଜର ଆସିବେ ଅନୁପ ଜଲୋଟା ଓ ଜସଲିନ୍‌ ମାଥରୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 16, 2019

ଏକାଠି ଫିଲ୍ମରେ ନଜର ଆସିବେ ଅନୁପ ଜଲୋଟା ଓ ଜସଲିନ୍‌ ମାଥରୁ

ମୁମ୍ବାଇ: ରିୟାଲିଟି ଶୋ’ ‘ବିଗ୍‌ ବସ୍‌-୧୨’ ପରେ ପୁଣି ଥରେ ଧମାକା କରିବାକୁ ଏକାଠି ଆସୁଛନ୍ତି ବିବାଦୀୟ ଯୋଡ଼ି ଭଜନ ସମ୍ରାଟ ଅନୁପ ଜଲୋଟା ଓ ଜସଲିନ୍‌ ମାଥରୁ। ଦୁହେଁ ଏକ ଧମାକେଦାର ଫିଲ୍ମ ସହ ରୂପେଲି ପରଦାକୁ ଆସୁଛନ୍ତି। ଯାହାର ନାଁ ରହିଛି ‘ୱୋ ମେରି ଷ୍ଟୁଡେଣ୍ଟ ହେ’। ଫିଲ୍ମର ଫାଷ୍ଟ ଲୁକ୍‌ ମଧ୍ୟ ସାମ୍ନାକୁ ଆସିଯାଇଛି।

ଫିଲ୍ମର ଫାଷ୍ଟ ଲୁକ୍‌ ଜସଲିନ୍ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥରେ ଭଜନ ସମ୍ରାଟଙ୍କୁ ଏକଦମ୍‌ ହଟକେ ଅବତାରରେ ଦେଖିବାକୁ ମିଳିଛି। ହାଟରେ ବନ୍ଧୁକ, ଚିକ୍‌ ମିକ୍‌ ଟି-ସର୍ଟ ଓ କଳା ଚଷମାରେ ସେ ସେ ପୂରା ହିପ୍‌ହପ ଷ୍ଟାର୍‌ ଭଳି ଲାଗୁଛନ୍ତି ଓ ତାଙ୍କ ପାର୍ଟନର ଜସଲିନ୍‌ ମଧ୍ୟ ବୋଲ୍ଡ ଷ୍ଟୁଡେଣ୍ଟ ୟୁନିଫର୍ମରେ ବେଶ୍ ହଟ୍‌ ଲାଗୁଛନ୍ତି।

ଫିଲ୍ମକୁ ନେଇ ଅନୁପ କହିଛନ୍ତି ଯେ ଜସଲିନ୍‌, ତାଙ୍କ ସମ୍ପର୍କକୁ ନେଇ ଲୋକଙ୍କ ମନରେ ଯେଉଁ ଭ୍ରାନ୍ତ ଧାରଣା ଅଛି ତାକୁ ଦୂର କରିବା ଉଦ୍ଦେଶ୍ୟରେ ଏହି ଫିଲ୍ମ ତିଆରି କରାଯାଉଛି। ଫିଲ୍ମରେ ଅନୁପ ତାଙ୍କ ବାସ୍ତବ ଜୀବନ ପରି ଜଣେ ମ୍ୟୁଜିକ୍‌ ଟିଚର ଓ ଜସଲିନ୍‌ ତାଙ୍କ ଷ୍ଟୁଡେଣ୍ଟ ଭାବେ ନଜର ଆସିବେ। ସବୁଠୁ ରୋଚକ କଥା ହେଉଛି, ଫିଲ୍ମଟିର କାହାଣୀ ଜସଲିନ୍‌ଙ୍କ ବାପା ଲେଖିଛନ୍ତି । ଏଥିସହ ସେ ଏହାର ନିର୍ଦ୍ଦେଶନା ଭାର ମଧ୍ୟ ତୁଲାଇବେ। ଫିଲ୍ମର ସୁଟିଂ ଗତ ୧୬ ତାରିଖରୁ ଆରମ୍ଭ ହୋଇଛି। ଯାହାର ଏକ ଭିଡିଓ ଜସଲିନ୍‌ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଫିଲ୍ମର ଏକ ପୋଷ୍ଟର୍ ମଧ୍ୟ ରିଲିଜ୍‌ କରାଯାଇଛି। ଯେଉଁଥିରେ ଅନୁପ ଓ ଜସଲିନ୍‌ଙ୍କ ବ୍ୟତୀତ ଆଉଜଣେ ଅଭିନେତା ମଧ୍ୟ ନଜର ଆସିଛନ୍ତି।

View this post on Instagram

Mujhe lag gayi 😥😥 @jalotaanup 😥

A post shared by Jasleen Matharu (@jasleenmatharu) on



from Odisha Reporter https://ift.tt/32qaAFq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages