ବାବୁସାନ୍‌ଙ୍କ ଲକି ଚାମ୍‌ ସ୍ୱୟମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ବାବୁସାନ୍‌ଙ୍କ ଲକି ଚାମ୍‌ ସ୍ୱୟମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୮ରେ ରିଲିଜ୍‌ ହୋଇଥିବା ‘ତୁ ନୂଆ ଶାୟରୀ ନା ନୂଆ କବିତା’ ଗୀତରୁ ସେ ତାଙ୍କର ସଂଗୀତ ଯାତ୍ରା ଆରମ୍ଭ କରିଥିଲେ। ନିକଟରେ ‘ତୁ ଚଞ୍ଚଳ ନଈ ଟେ’ ଗୀତ ଗାଇ ଚହଳ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ଗାୟକ ସ୍ୱୟମ ପାଢ଼ି। ଓଲିଉଡ୍‌ର ଆତିଫ୍‌ ଅସଲମ୍‌ କୁହାଯାଉଥିବା ସ୍ୱୟମ କୁଆଡ଼େ ବାବୁସାନ୍‌ଙ୍କ ଲକି ଚାମ୍‌। ଏକଥା ଆମେ ନୁହେଁ, ନିଜେ ବାବୁସାନ୍‌ କହିଛନ୍ତି।

ଗତବର୍ଷଠୁ ସ୍ୱୟମ ଡେବ୍ୟୁ କରିବା ପରେ ସଙ୍ଗୀତ ଦୁନିଆରେ ରୋମାନ୍ସର ମାତ୍ରା ବଢ଼ିବାରେ ଲାଗିଛି। ସେ ଆସିବା ପରେ ରୋମାଣ୍ଟିକ୍‌ ଗୀତକୁ ଏକ ଭିନ୍ନ ରୂପ ମିଳିଛି ଏବଂ ଲୋକମାନେ ତାଙ୍କ ଗୀତକୁ ଅଧିକ ପସନ୍ଦ କରିବାରେ ଲାଗିଛନ୍ତି। ନିକଟରେ ଓଟିଭିରେ ପ୍ରସାରିତ ହେଉଥିବା ଚାଟ୍‌ ଶୋ ‘ଗପସପ’ରେ ଯୋଗଦେଇ ଏ କଥା କହିଥିଲେ ବାବୁସାନ୍‌।

ଏଥିସହ ସେ କହିଥିଲେ, “ଗତବର୍ଷ ସୁନ୍ଦରଗଡ଼ର ସଲ୍‌ମାନ୍‌ ଖାନ୍‌ ଫିଲ୍ମରେ ସେ ଗାଇଥିବା ଗୀତ ‘ତୁ ନୂଆ ଶାୟରୀ’ ପରଠୁ ସେ ମୋ ପାଇଁ ଲକି ଚାମ୍‌ ହୋଇଯାଇଛନ୍ତି। କାରଣ ତା’ପରଠୁ ସେ ମୋ ପାଇଁ ଯେଉଁ ଗୀତ ସବୁ ଗାଇଛନ୍ତି, ସେ ସବୁ ହିଟ୍‌ ହୋଇଛି ଏବଂ ଦର୍ଶକ ସେଗୁଡ଼ିକୁ ଖୁବ୍‌ ପସନ୍ଦ କରିଛନ୍ତି।”

ସୂଚନା ଅନୁଯାୟୀ, ବାବୁସାନ୍‌ଙ୍କ ପାଇଁ ସ୍ୱୟମ୍‌ ‘ତୁ ନୂଆ ଶାୟରୀ’, ‘ପଲ୍‌ ପଲ୍‌ ତତେ ଚାହେଁ’, ‘ଓ ରେ ଦିଲ୍‌ନସି’ ଓ ‘ଖୁଦା କସମ୍’ ଭଳି ଗୀତ ଗାଇଛନ୍ତି, ଯେଉଁଗୁଡ଼ିକ ହିଟ୍‌ ସାବ୍ୟସ୍ତ ହୋଇଛି।



from Odisha Reporter https://ift.tt/33L1tiY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages