ଧନତେରସ୍‌ରେ ଏସବୁ ଜିନିଷ ଆଦୌ ଘରକୁ ଆଣନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ଧନତେରସ୍‌ରେ ଏସବୁ ଜିନିଷ ଆଦୌ ଘରକୁ ଆଣନ୍ତୁ ନାହିଁ

ମୁମ୍ବାଇ: ‘ଧନତେରସ୍‌’ରେ ଭଗବାନ ଧନ୍ୱନ୍ତରୀ ଆବିର୍ଭାବ ହେଉଥିବା କୁହାଯାଏ। ଏଥିପାଇଁ ଦୀପାବଳି ପୂର୍ବଦିନ ‘ଧନତେରସ୍‌’ର ପୂଜା ବେଶ୍‌ ଧୁମଧାମ୍‌ରେ ପାଳନ କରାଯାଏ। ଏହି ଦିନ ସୁନା ଗହଣା ଓ ବାସନ ଦୋକାନରେ ମଧ୍ୟ ବେଶ୍ ଭିଡ଼ ଦେଖାଦିଏ। କାରଣ ଏହି ଦିନରେ ସୁନାର କିଛି ଜିନିଷ କିଣି ଆଣିଲେ ମା’ ଲକ୍ଷ୍ମୀଙ୍କ କୃପା ବଜାୟ ରହେ ବୋଲି ବିଶ୍ୱାସ ରହିଛି। ତେବେ କିଛି ଜିନିଷ ଅଛି ଯେଉଁଗୁଡ଼ିକୁ ଏହି ଦିନ ଆଦୌ କିଣିବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବ ସେହି ସବୁ ଜିନିଷଗୁଡ଼ିକ ସଂପର୍କରେ।

୧) ଧନତେରସରେ ଲୁହାରେ ତିଆରି କୌଣସି ଜିନଷ ଘରକୁ ଆଣନ୍ତୁ ନାହିଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହାଦ୍ୱାରା ଘରେ ରାହୁର ପ୍ରକୋପ ପଡ଼ିଥାଏ।

୨) ଏହି ଦିନ କାଚର କୌଣସି ଜିନିଷ କିଣନ୍ତୁ ନାହିଁ। କାରଣ କାଚର ମଧ୍ୟ ରାହୁ ଗ୍ରହ ସହ ସମ୍ବନ୍ଧ ରହିଥାଏ।

୩) ଆଲୁମିନିୟମ ତିଆରି ବାସନକୁସନ ଅବା ଅନ୍ୟ କୌଣସି ଜିନିଷ ଧନତେରସର ଶୁଭ ମୂହୁର୍ତ୍ତରେ କିଣନ୍ତୁ ନାହିଁ। ଏହାଦ୍ୱାରା ସବୁ ଶୁଭଗ୍ରହ ପ୍ରଭାବିତ ହୋଇଥା’ନ୍ତି।

୪) ଏହି ଦିନ କଳା ରଙ୍ଗର ବସ୍ତ୍ର କିମ୍ବା ଅନ୍ୟ କୌଣସି ଜିନିଷ କିଣନ୍ତୁ ନାହିଁ। କାରଣ ଏହା ସହ ଆପଣ ଦୁର୍ଭାଗ୍ୟକୁ ବି ଡାକି ଆଣିବେ।

୫) ଧନତେରସର ଶୁଭ ମୂହୁର୍ତ୍ତରେ ଘରକୁ କେବେ ହଲେ ତୈଳ ଉତ୍ପାଦ ଯଥା- ଘିଅ ଓ ତେଲ ଆଦି ଆଣନ୍ତୁ ନାହିଁ। ତେବେ ଏହି ଦିନ ଘରେ ଦୀପ ଜଳାଇବାକୁ ଏ ସବୁର ଆବଶ୍ୟକ ହୋଇଥାଏ। ତେଣୁ ଏଗୁଡ଼ିକୁ ପୂର୍ବରୁ ଆଣି ରଖନ୍ତୁ।



from Odisha Reporter https://ift.tt/2W0eqmq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages