ନୂଆଦିଲ୍ଲୀ: ଭାରତର ବିନା ସହଯୋଗରେ ଚାଇନାର ବ୍ୟବସାୟ ଓ ଆର୍ଥିକ ସ୍ଥିତି ଆଗକୁ ଯାଇ ପାରିବ ନାହିଁ। ଏବେ ଏହା ପୁଣିଥରେ ପ୍ରମାଣିତ ହୋଇଛି। ଯେତେବେଳେ ଆମେରିକା ଚାଇନାର ରାଷ୍ଟ୍ରାୟତ କମ୍ପାନୀ ହୁଓ୍ୱାଇର ୫ଜି ନେଟଓ୍ୱର୍କକୁ ପରୀକ୍ଷା କରିବାକୁ ମନା କରିଦେଇଛି। ଖାଲି ଏତିକି ନୁହେଁ ଆମେରିକା ବିଶ୍ୱର ପ୍ରମୁଖ ଦେଶ ମାନଙ୍କୁ ମଧ୍ୟ ଚାଇନାର ୫ଜି ନେଟଓ୍ୱର୍କକୁ ପରୀକ୍ଷା ପାଇଁ ଅନୁମତି ନଦେବାକୁ ଆହ୍ୱାନ କରିଛି। ଶେଷରେ ଭାରତରେ ୫ଜି ନେଟଓ୍ୱର୍କକୁ ପରୀକ୍ଷା କରିବା ପାଇଁ ସହଯୋଗ ମାଗିଛି ଚାଇନା।
ନିକଟରେ ଭାରତ ଗସ୍ତରେ ଚାଇନା ରାଷ୍ଟ୍ରପତି ଜିଙ୍ଗ୍ ପିଙ୍ଗ୍ ଆସିବାର ଅଛି। ଏହା ପୂର୍ବରୁ ଚାଇନାର ରାଷ୍ଟ୍ରଦୂତ ସନ୍ ବିଦୋଙ୍ଗ ଏବେ ଭାରତକୁ ୫ଜି ନେଟଓ୍ୱର୍କ ପରୀକ୍ଷା ପାଇଁ ଅନୁମତି ମାଗିଛନ୍ତି। ସେ କହିଛନ୍ତି ଏସିଆର ଦୁଇ ଶକ୍ତିଶାଳୀ ଦେଶ ବ୍ୟବସାୟ ଏବଂ ପୁଞ୍ଜି ନିବେଶକୁ ବଢ଼ାଇବା ପାଇଁ ପରସ୍ପର ସହଯୋଗ କରିବା ଦରକାର। ଭାରତ-ଚାଇନାକୁ ନିଜ ମୁକ୍ତ ବ୍ୟବସାୟ ଆଗକୁ ବଢ଼ାଇବାକୁ ପଡ଼ିବ। ଏହା ବ୍ୟତୀତ ଦେଶ ବାହାରେ ବ୍ୟବସାୟକୁ ଆଗକୁ ନେବା ପାଇଁ ଦୃଢ ପଦକ୍ଷେପ ନେବା ଦରକାର। ଏବେ ବ୍ୟବସାୟ ନେଇ ଯେଉଁ ଏକଛାଟିଆ ସ୍ଥିତି ଉପୁଜିଛି ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସେ କହିଛନ୍ତି। ତେବେ ଚାଇନାର ଏହି ପ୍ରସ୍ତାବକୁ ନେଇ ଭାରତ ଏବେ କୌଣସି ନିଷ୍ପତ୍ତି ନେଇ ନାହିଁ।
ସୂଚନାଯୋଗ୍ୟ, ବ୍ୟବସାୟକୁ ନେଇ ବିଶ୍ୱରେ ଆମେରିକା-ଚାଇନା ମଧ୍ୟରେ କୂଟନୀତିକ ଯୁଦ୍ଧ ଚାଲିଛି। ଏଭଳି ସ୍ଥିତିରେ ଚାଇନାର ୫ଟି ଟେକ୍ନୋଲଜିକୁ ପରୀକ୍ଷାକୁ ନେଇ ଆମେରିକାର ଆଭିମୁଖ୍ୟ ଚାଇନାକୁ ଚିନ୍ତାରେ ପକାଇଛି। ନିଜ ବ୍ୟବସାୟକୁ ବିଶ୍ୱରେ ଆଗକୁ ବଢ଼ାଇବା ପାଇଁ ଶେଷରେ ଚାଇନା ଭାରତ ଉପରେ ଭରସା କରିଛି। କାରଣ ଚାଇନା ପାଇଁ ଭାରତ ହେଉଛି ସବୁଠୁ ବଡ଼ ବଜାର। ଭାରତରେ ବ୍ୟବସାୟ କଲେ ହିଁ ଚାଇନା ତାର ବ୍ୟବସାୟ ଓ ଆର୍ଥିକ ସ୍ଥିତିକୁ ଆଗକୁ ନେଇପାରିବ।
from Odisha Reporter https://ift.tt/2MpRGrz
No comments:
Post a Comment