ନକ୍ସଲଙ୍କ ନାଲି ‌ଆଖିକୁ ନ ଡରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 22, 2019

ନକ୍ସଲଙ୍କ ନାଲି ‌ଆଖିକୁ ନ ଡରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମୌଳିକ ସୁବିଧା ମିଳୁ ନ ଥିବା ପ୍ରତିବାଦରେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିଛନ୍ତି ଅଞ୍ଚଳବାସୀ।   ଚିତ୍ରକୋଣ୍ଡାର ୪ଟି ପଞ୍ଚାୟତର ଶତାଧିକ ଲୋକ ଏଥିନିମନ୍ତେ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି।

ଏହାସହ ମୁଦୁଲିଗୁଡ଼ାରେ ନୂତନ ପଞ୍ଚାୟତ ପ୍ରତିଷ୍ଠା ପାଇଁ ମଧ୍ୟ ଦାବି କରିଛନ୍ତି। ଏସବୁ ଦାବି ନେଇ ବାରମ୍ବାର ଆନ୍ଦୋଳନ ପରେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ କରି ପୁଣି ଏକାଠି ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା। ନାକାମାମୁଡ଼ି ପଞ୍ଚାୟତ ଖଜୁରିପଡ଼ା ଗାଁରେ ଏହି ବିଶାଳ ପ୍ରଜାମେଳି ହୋଇଛି ।

ଗତ ଜୁନ ୨୮ ତାରିଖରେ ଏଭଳି ଏକ ଆନ୍ଦୋଳନ କରି ଲୋକେ ମୁଦୁଲିଗୁଡ଼ାରେ ନୂତନ ପଞ୍ଚାୟତ ପ୍ରତିଷ୍ଠା ଦାବି କରିଥିଲେ। ସେତେବେଳେ ପ୍ରଶାସନ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲା। ଘଟଣାକୁ ୪ ମାସ ବିତି ଯାଇଥିଲେ ବି ଏଯାଏ ଦାବି ପୂରଣ ହୋଇ ନ ଥିବାରୁ ପୁଣି ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୪ଟି ପଞ୍ଚାୟତର ଶତାଧିକ ଲୋକ।

ନକ୍ସଲଙ୍କ ନାଲି ‌ଆଖିକୁ ଖାତିର ନକରି ନିଜ ଅଞ୍ଚଳର ବିକାଶ ପାଇଁ ସ୍ୱର ଉଠାଇଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ।  ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର କରିବା ସହ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ଅଞ୍ଚଳବାସୀ। ଏହାସହ ରାଜଧାନୀରେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

 

 

 



from Odisha Reporter https://ift.tt/2JdaJV6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages