- ଜମ୍ମୁ କଶ୍ମୀର ପୁଲିସକୁ ବଡ଼ ସଫଳତା
- ଏନକାଉଣ୍ଟରରେ ତିନି ସ୍ଥାନୀୟ ଆତଙ୍କବାଦୀ ନିପାତ
- ଜାକିର ମୂଷାର ଉତ୍ତରାଧିକାରୀ ମଧ୍ୟ ନିହତ
ଶ୍ରୀନଗର: ଜମ୍ମୁ କଶ୍ମୀରରେ ସେନା ଏବଂ ପୁଲିସକୁ ବଡ଼ ସଫଳତା ମିଳିଛି। କାରଣ ଗତକାଲି ଯବାନଙ୍କ ଗୁଳିରେ ନିପାତ ହୋଇଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କଶ୍ମୀର ଯୁବକଙ୍କୁ ଆତଙ୍କବାଦରେ ସାମିଲ୍ ହେବାକୁ ପ୍ରବର୍ତ୍ତାଉଥିଲା।
ଗତକାଲି ପୁଲ୍ୱାମା ଅଞ୍ଚଳର ତ୍ରାଲ୍ଠାରେ ଯବାନଙ୍କ ଏନକାଉଣ୍ଟରରେ ନିହତ ହୋଇଥିଲେ ୩ ଆତଙ୍କବାଦୀ। ଏହି ତିନି ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମୃତ ଆତଙ୍କବାଦୀ ଜାକିର ମୂଷାର ଉତ୍ତରାଧିକାରୀ ଥିଲା। ତା ନାମ ହମିଦ ଲେଲହରୀ। ସେ ଗଜବତ-ଉଲ-ହିନ୍ଦର ନେତୃତ୍ୱ ନେଉଥିଲା। ଜାକିର ମୂଷା ନିହତ ହେବା ପରେ ଚଳିତବର୍ଷ ଜୁନରେ ସେ ଦାୟିତ୍ୱ ଗ୍ରହଣ କରିଥିଲା। ୨୦୧୬ରେ ଲେଲହରୀ ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ହୋଇଥିଲା। ଆଜି ଜମ୍ମୁ କଶ୍ମୀର ପୁଲିସ ଡିଜିପି ଦିଲବାଗ ସିଂହ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଗତକାଲି ସୁରକ୍ଷା କର୍ମୀଙ୍କ ଗୁଳିରେ ନିପାତ ହୋଇଥିବା ୩ ଆତଙ୍କବାଦୀ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି। ମୃତ ୩ ଆତଙ୍କବାଦୀ ହେଲେ ନଭୀଦ ତକ୍, ହମୀଦ ଲେଲହରୀ ଏବଂ ଜୁନେଦ ଭଟ୍ଟ। ଏମାନଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ ହୋଇଛି।
ଚଳିତ ବର୍ଷ ସୁରକ୍ଷା କର୍ମୀଙ୍କ ଗୁଳିରେ ଜାକିର ମୂଷା ନିହତ ହୋଇଥିଲା। ଏହା ପରେ ଗଜବତ-ଉଲ-ହିନ୍ଦ ସଂଗଠନର ନେତୃତ୍ୱ ନେଉଥିଲା ହମୀଦ ଲେଲହରୀ। ନାବେଦ ଏବଂ ଜୁନେଦଙ୍କୁ ସେ ହିଁ ଏହି ସଂଗଠନରେ ସାମିଲ କରିଥିଲା। ଏଥିସହ କଶ୍ମୀରର ଅନେକ ଯୁବକଙ୍କୁ ଏହି ସଂଗଠନରେ ସାମିଲ ହେବା ପାଇଁ ଲେଲହରୀ ପ୍ରବର୍ତ୍ତାଉଥିଲା ବୋଲି ଜଣାପଡ଼ିଛି।
ଲେଲହରୀ ପୂର୍ବରୁ ଜାକିର ମୂଷା କଶ୍ମୀରରେ ଅଲକାଏଦାର ନେତୃତ୍ୱ ନେଉଥିଲା। ୨୦୧୭ରେ ସେ କଶ୍ମୀରରେ ଗଜବତ-ଉଲ-ହିନ୍ଦ ସଂଗଠନର ପ୍ରତିଷ୍ଠା କରିଥିଲା। ୨୦୧୯ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମୂଷା ନିହତ ହୋଇଥିଲା।
from Odisha Reporter https://ift.tt/2pHoPay
No comments:
Post a Comment