ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ସଙ୍କଟାପନ୍ନ ହେବାରେ ଲାଗିଛି। ବର୍ତ୍ତମାନ ସେ ବିପଦ ଜନକ ସ୍ଥିତିରେ ଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି।
ପ୍ରଥମେ ହୃଦଘାତର ଶିକାର ହୋଇଥିବା ଶରିଫଙ୍କ ଶରୀରର ରକ୍ତ କଣିକା ଗୁଡ଼ିକ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଏହି କାରଣରୁ ଡାକ୍ତରମାନେ ଶରିଫଙ୍କ ହୃଦଘାତ ଜନିତ ଚିକିତ୍ସା ବନ୍ଦ କରି ରକ୍ତ କଣିକା ଗୁଡ଼ିକ କାହିଁକି କମୁଛି, ତା’ର ତର୍ଜମା କରୁଛନ୍ତି।
୬୯ ବର୍ଷୀୟ ଶରିଫଙ୍କ ରକ୍ତ କଣିକା ଗୋଟିଏ ଦିନରେ ୪୫୦୦ରୁ ୨୫୦୦କୁ ହ୍ରାସ ପାଇଛି। ସୋମବାର ରାତିରେ ରକ୍ତ କଣିକାର ପରିମାଣ ୨୦୦୦ରେ ପହଞ୍ଚିବାରୁ ଦୁର୍ନୀତି ନିରୋଧ ସଂସ୍ଥାର ହେପାଜତରେ ଥିବା ଶରିଫଙ୍କୁ ସର୍ଭିସ ହସ୍ପିଟାଲ ନିଆଯାଇଥିଲା।
ପାକିସ୍ତାନରେ ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ଶରିଫ ଲାହୋର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ପୁଣିଥରେ ହୃଦଘାତର ଶିକାର ହୋଇଥିଲେ। ତେଣୁ ଏବେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ପାନାମା ପେପର ମାମଲାରେ ଶରିଫ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ୨୪ ଡିସେମ୍ୱର ୨୦୧୮ରୁ ସେ ଜେଲରେ ସଜା କାଟୁଛନ୍ତି। ତାଙ୍କୁ ୭ ବର୍ଷ ପାଇଁ ଜେଲ୍ ଦଣ୍ଡ ଦେଇଛନ୍ତି ପାକିସ୍ତାନର ସର୍ବୋଚ୍ଚ କୋର୍ଟ।
from Odisha Reporter https://ift.tt/2JuxtAg
No comments:
Post a Comment