ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବେ ଅକ୍ଷୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 28, 2019

ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବେ ଅକ୍ଷୟ

ମୁମ୍ବାଇ: ବିପଦ ସମୟରେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ଏ କଥା ପ୍ରାୟ ସମସ୍ତେ ଜାଣନ୍ତି। ଏହାର ଅନେକ ନଜିର ମଧ୍ୟ ରହିଛି। ଏବେ ପୁଣି ସେ ଏଭଳି ଏକ ଭଲ କାମ କରିବାକୁ ଯାଉଛନ୍ତି। ଆପଣମାନେ ତ ଜାଣିଥିବେ ନିକଟରେ ବିହାରରେ ଭୟଙ୍କର ବନ୍ୟା ହୋଇଥିଲା। ଆଉ ଅକ୍ଷୟ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏଥିପାଇଁ ସେ ୧ କୋଟି ଟଙ୍କା ଦେବେ। ସେ ୨୫ଟି ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ଏହି ଅର୍ଥ ଦେବେ। ସୂଚନା ଅନୁଯାୟୀ, ଛଠ୍ ପୂଜା ଦିନ ଅକ୍ଷୟ ଏହି ପରିବାରଗୁଡ଼ିକୁ ୪ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରିବେ।

ଅକ୍ଷୟ କହିଛନ୍ତି, ପ୍ରାକୃତିକ ବିପତ୍ତିଗୁଡ଼ିକ ବାରମ୍ବାର ପ୍ରମାଣିତ କରିଛନ୍ତି ଯେ ସେମାନଙ୍କ ଆଗରେ ମଣିଷ କିଛି ନୁହେଁ। ତେଣୁ ଏଭଳି ବିପତ୍ତି ସମୟରେ ସମସ୍ତେ କ୍ଷତିଗ୍ରସ୍ତମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବା ଉଚିତ୍। ସମସ୍ତେ ନିଜ ନିଜ କ୍ଷମତା ଅନୁସାରେ ସାହାଯ୍ୟ କରିବା କଥା। କାରଣ ଏହାଠୁ ବଡ଼ କଥା ଆଉ କିଛି ନାହିଁ। ଏହି ସାହାଯ୍ୟ ଫଳରେ ସେମାନେ ପୁଣି ଜୀବନକୁ ନୂଆ କରି ଆରମ୍ଭ କରିପାରିବେ।

ଅକ୍ଷୟଙ୍କ ପୂର୍ବରୁ ଅମିତାଭ ବଚ୍ଚନ ବିହାର ବନ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ନିମନ୍ତେ ୫୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସେ ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ପଠାଇଥିଲେ। ସେହିଭଳି ଅକ୍ଷୟ ଆସାମ ବନ୍ୟା କ୍ଷତିଗ୍ରସ୍ତଙ୍କୁ ୨ କୋଟି ଟଙ୍କା ସହାୟତା ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ହାଉସ୍‌ଫୁଲ୍ ୪’ ରିଲିଜ୍ ହୋଇଛି। ନିର୍ଦ୍ଦେଶକ ଫର୍‌ହାଦ୍ ସାମଜୀଙ୍କ ସୂଚନା ଅନୁଯାୟୀ, ରିଲିଜ୍‌ର ତିନି ଦିନ ଭିତରେ ଏହି ଫିଲ୍ମ ୫୩.୨୨ କୋଟି ଟଙ୍କା ଆୟ କରି ସାରିଛି। ଏଥିରେ ଅକ୍ଷୟଙ୍କ ବ୍ୟତୀତ କୃତି ସେନନ, ରିତେଶ ଦେଶମୁଖ, ବବି ଦେଓଲ, କୃତି ଖରବନ୍ଦା, ପୂଜା ହେଗ୍‌ଡେ, ବୋମନ ଇରାନୀ ଓ ଚଙ୍କି ପାଣ୍ଡେ ପ୍ରମୁଖ ଅଛନ୍ତି।



from Odisha Reporter https://ift.tt/2pXRgRI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages