ନୂଆଦିଲ୍ଲୀ: ଘରୋଇ କମ୍ପାନୀକୁ କେନ୍ଦ୍ର ସରକାରଙ୍କ ସମର୍ଥନ ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରାୟତ କମ୍ପାନୀକୁ ତାଙ୍କୁ ‘ସୁଟ ବୁଟ ବନ୍ଧୁ’ଙ୍କୁ ବିକ୍ରି କରିଦେଉଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧି। ମୋଦି ସରକାର ଏଭଳି ବିକିବା ପଦକ୍ଷେପକୁ ରାହୁଲ ଗାନ୍ଧି ‘ବେଚେନ୍ଦ୍ର ମୋଦି’ (ବିକାଳି ମୋଦି) ବୋଲି କହିଛନ୍ତି।
ଗୁରୁବାର ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧି ଏକ କାର୍ଟୁନ ଫଟୋକୁ ଟୁଇଟ କରି ଦେଶର ରାଷ୍ଟ୍ରାୟତ କମ୍ପାନୀର ଚିତ୍ର ବାବଦରେ ନିଜର ଏହି ମତ ରଖିଛନ୍ତି। ଯେଉଁଥିରେ ଋଣରେ ଫଶିଥିବା ବିମାନ କମ୍ପାନୀ ଏୟାର ଇଣ୍ଡିଆ, ତୈଳ କମ୍ପାନୀ ବିପିସିଏଲ ଏବଂ ଭାରତକୁ ପ୍ରଧାନମନ୍ତ୍ରୀ ମୋଦି ବିକ୍ରି କରୁଥିବାର ଏକ କାର୍ଟୁନ ଚିତ୍ର ପୋଷ୍ଚ କରିଛନ୍ତି।
#BechendraModi देश के PSUs को सूट-बूट वाले मित्रों के साथ बंदर बाँट कर रहा है, जिसे देश ने वर्षों की मेहनत से खड़ा किया है।
ये लाखों PSU कर्मचारियों के लिए अनिश्चितता और भय का समय है ।मै इस लूट के विरोध में उन सभी कर्मचारियों के साथ कंधे से कंधा मिलाकर खड़ा हू। pic.twitter.com/701zJQJnsZ
— Rahul Gandhi (@RahulGandhi) October 17, 2019
ଯାହାକୁ ଦେଶବାସୀ ପରିଶ୍ରମ କରି ଛିଡ଼ା କଲେ, ମୋଦି ସରକାର ସେହି ସଂସ୍ଥାକୁ ତାଙ୍କ ‘ସୁଟ ବୁଟ ସାଙ୍ଗ’ଙ୍କୁ ବିକ୍ରି କରି ଦେଉଛନ୍ତି। ମୋଦି ସରକାର ଏଭଳି ପଦକ୍ଷେପକୁ ରାହୁଲ ଗାନ୍ଧି ‘ବେଚେନ୍ଦ୍ର ମୋଦି’ (ବିକାଳି ମୋଦି) ବୋଲି କଟାକ୍ଷ କରିଛନ୍ତି। ଦେଶରେ ଥିବା ରାଷ୍ଟ୍ରାୟତ କମ୍ପାନୀର କର୍ମଚାରୀଙ୍କ ପାଇଁ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ରହିଛି। ଏଭଳି ବିକ୍ରି ପ୍ରକ୍ରିୟାକୁ ସମସ୍ତ ରାଷ୍ଟ୍ରାୟତ କମ୍ପାନୀର କର୍ମଚାରୀ ବିରୋଧ କରୁଛନ୍ତି। ସେ ମଧ୍ୟ ତାଙ୍କ ସହିତ ରହିଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି।
from Odisha Reporter https://ift.tt/35IvkKP
No comments:
Post a Comment