ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଭାଗୁ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 17, 2019

ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଭାଗୁ ଗୁରୁତର

ପୁରୀ (ମଧୁସୂଦନ ମିଶ୍ର): ଗତକାଲି ବିଳମ୍ବିତ ରାତିରେ ପିପିଲି-ନିମାପଡ଼ା ତାରକାଜ ଛକ  ଓଭରବ୍ରିଜ୍‌ରେ ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଗୁରୁତର ଆହତ ହୋଇଛି । ତା’  ବାମ ଗୋଡ଼ରେ ଗୁଳି ବାଜିଛି । ଭାଗୁକୁ  ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ଭାଗୁ ନାଁରେ ବହୁ ଅପରାଧିକ ମାମଲା ରହିଛି । ତାଠାରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ , ଗୁଳି ଓ ବାଇକ୍‌ ଜବତ ହୋଇଛି ।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ପ୍ରାୟ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେବ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଛି। ୨୦୦୪ ମସିହାରୁ ତା’ ନାଁରେ ବହୁ ସଙ୍ଗୀନ ମାମଲା ରହିଛି। ଗତକାଲି ରାତିରେ ଭାଗୁ ନିମାପଡ଼ା ପଟୁ ଆସୁଥିବା ଖବର ପାଇ ତାକୁ ଧରିବାକୁ ଜାଲ ବିଛାଇଥିଲା ପୁଲିସ୍‌। ତାଳବଣିଆ ଫାଣ୍ଡି ଅଧିକାରୀ, ପିପିଲି  ଭାରପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ପିପିଲି -ନିମାପଡ଼ା ଓଭରବ୍ରିଜକୁ ପ୍ରଥମେ ନାକାବନ୍ଦୀ କରିଦେଇଥିଲେ।  ଭାଗୁ ବ୍ରିଜ୍‌ ଉପରକୁ ଆସିବା ପରେ ପୁଲିସ୍‌ ତାକୁ ଧରିବାକୁ ଚେଷ୍ଟା କରିଥିଲା। ଏହା ଜାଣିପାରି ଭାଗୁ ପୁଲିସ୍‌ ଉପରକୁ ଗୁଳି ଚଳାଇବାରୁ ପୁଲିସ୍‌ ପାଲଟା ଗୁଳି ଚାଳନା କରିଥିଲା। ଯାହାକି ଭାଗୁର ବାମ ଗୋଡ଼ରେ ବାଜିଥିଲା।

ପୁରୀକୁ ଅପରାଧମୁକ୍ତ କରିବାକୁ ଏପରି ପଦକ୍ଷେପ ନିଆଯାଉଥିବା ଏସ୍‌ପି ସୂଚନା ଦେଇଛନ୍ତି।



from Odisha Reporter https://ift.tt/2J3cpke

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages