ଋଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ରେଳ ଷ୍ଟେସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 15, 2019

ଋଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ରେଳ ଷ୍ଟେସନ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସେନାରେ ଭର୍ତ୍ତି ହେବାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ପରୀକ୍ଷାର୍ଥୀଙ୍କ ଉତ୍ପାତ ଭୁବନେଶ୍ୱର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି।ବିହାର, ଉତ୍ତରପ୍ରଦେଶରୁ ଆସିଥିବା ଏହି ପରୀକ୍ଷାର୍ଥୀଙ୍କ ଉତ୍ପାତ ଯୋଗୁ ଗତକାଲି ରାତିରା ଷ୍ଟେସନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପାଇଁ ଋଣକ୍ଷେତ୍ରରେ ପରିଣତ ହୋଇଗଲା  ଭୁବନେଶ୍ୱର ରେଳଷ୍ଟେଶନ। ଏହା ଦେଖି ସାଧାରଣ ଯାତ୍ରୀ ଭୟଭୀତ ହୋଇଗଲେ ।

ପରୀକ୍ଷାର୍ଥୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଜୋରଜବରଦସ୍ତି ଭାବେ ପଶି ଯାଇଥିଲେ। ଏପରିକି ଟ୍ରେନ୍‌କୁ ଅଟକାଇବା ପାଇଁ ୫ ଥର ଚେନ୍‌ ପୁଲିଂ ମଧ୍ୟ କରିଥିଲେ। ଯେଉଁ ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେସନରେ ମାତ୍ର ୫ ମିନିଟ୍‌ ଅଟକିଥାନ୍ତା ସେଇ ଟ୍ରେନ୍‌ ପାଖାପାଖି ଘଣ୍ଟାଏ ଅଟକି ରହିଥିଲା। ପରୀକ୍ଷାର୍ଥୀଙ୍କ ଉତ୍ପାତ ଯୋଗୁ ରେଳ ଷ୍ଟେଶନରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିପାଇଁ ଜିଆର୍‌ପି ଓ ଆରପିଏଫ୍‌କୁ ମଧ୍ୟ ନାକେଦମ୍‌ ହେବାକୁ ପଡ଼ିଥିଲା।

ଘଟଣାସ୍ଥଳରେ ଜିଆର୍‌ପି ଓ ଆରପିଏଫ୍ ଫୋର୍ସ ପହଞ୍ଚିି ପରୀକ୍ଷାର୍ଥୀମାନଙ୍କୁ ଘଉଡାଇ ଦେଇଥିଲେ। ଏପରିକି କିଛି ପରୀକ୍ଷାର୍ଥୀ ଲଗେଜ୍‌ ଭ୍ୟାନ୍‌ ଭିତରକୁ ପଶି ଯାଇଥିଲେ। କେବଳ ସଂରକ୍ଷିତ (Reserved) ବଗି ନୁହେଁ ଜେନେରାଲ ବଗି, ଲଗେଜ ଭ୍ୟାନ୍ ମଧ୍ୟ ପରୀକ୍ଷାର୍ଥୀଙ୍କ କବଳରେ ରହିଥିଲା। ପରୀକ୍ଷାର୍ଥୀମାନେ ଯାତ୍ରୀମାନଙ୍କୁ ହଇରାଣ କରିବା ଅଭିଯୋଗ ହେବା ପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ଘଟଣାରେ ପୁଲିସ୍‌ କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡ଼ିଛି।

ଗତ ତିନି ଦିନ ତଳେ ସେନାରେ ଭର୍ତ୍ତି ହେବା ପାଇଁ ବିଭିନ୍ନ ରାଜ୍ୟରୁ ୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ୧୨୦ ବାଟାଲିୟନକୁ ପରୀକ୍ଷା ଦେବାକୁ ଆସିଥିଲେ। ତେବେ ଏହି ଯୁବକମାନଙ୍କ ଉତ୍ପାତ କେବଳ ଷ୍ଟେସନରେ ଦେଖିବାକୁ ମିଳିନାହିଁ ବରଂ ପାର୍କରେ ମଧ୍ୟ ଦେଖିବାକୁ ମିଳିଥିଲା। ଭୁବନେଶ୍ୱରର ଆଇଜି ପାର୍କରେ ଗତକାଲି ସମ୍ପୃକ୍ତ ଯୁବକମାନେ ଯୁବତୀ ଓ ଛୋଟ ପିଲାଙ୍କୁ  ହଇରାଣ କରିବା ସହ ସେମାନଙ୍କ ସହ କଥା କଟାକଟି କରିଥିଲେ।  ଏହାକୁ କିଛି ସ୍ଥାନୀୟ ଲୋକ ବିରୋଧ କରିବାରୁ ସେମାନେ ମଧ୍ୟ ଏହି ଯୁବକମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ।



from Odisha Reporter https://ift.tt/31hAQRg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages