ନୂଆଦିଲ୍ଲୀ: ଭୋକରେ ରହୁଛି ଭାରତ। ଦକ୍ଷିଣ ଏସିଆରେ ଥିବା ଦେଶ ମାନଙ୍କରେ ଭାରତର ସ୍ଥାନ ସବୁଠୁ ଖରାପ ରହିଛି। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଏହି ରିପୋର୍ଟ ପ୍ରକାଶ କରିଛି। ୧୧୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ୧୦୨ ରହିଛି। ପାକିସ୍ତାନ ୯୪ତମ ସ୍ଥାନ ସହ ଭାରତ ଅପେକ୍ଷା ଭଲରେ ରହିଛି। ବ୍ରିକସ (ବ୍ରାଜିଲ୍, ଋଷ, ଇଣ୍ଡିଆ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ଦେଶ ମାନଙ୍କରେ ଦକ୍ଷିଣ ଆଫ୍ରିକା ୫୯ ନମ୍ୱର ସ୍ଥାନରେ ରହିଛି।
୨୦୧୫ରେ ମଧ୍ୟ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଭାରତ ୯୩ ନମ୍ୱର ସ୍ଥାନରେ ରହିଥିଲା। ସେହିବର୍ଷ ଦକ୍ଷିଣ ଏସିଆରେ କେବଳ ପାକିସ୍ତାନ ହିଁ ଗୋଟିଏ ଦେଶ ଥିଲା ଯିଏକି ଭାରତ ତଳେ ରହିଥିଲା। ୨୦୧୬ରେ ଭାରତର ସ୍ଥାନ ୧୧୮ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୯୭, ୨୦୧୭ରେ ୧୧୭ଟି ଦେଶରୁ ଭାରତର ସ୍ଥାନ ୧୦୦, ୨୦୧୮ରେ ୧୧୯ଟି ଦେଶ ମଧ୍ୟରୁ ୧୦୩ ନମ୍ୱରରେ ଥିଲା ଭାରତ। ଚଳିତବର୍ଷ ୧୦୨ ନମ୍ୱର ସ୍ଥାନରେ ରହିଛି ଭାରତ।
୨୦୧୪ରୁ ୨୦୧୮ ମଧ୍ୟରେ ବିଭିନ୍ନ ଦେଶର ଅପପୃଷ୍ଟିର ଶିକାର ହୋଇଥିବା ଛୋଟ ଛୁଆ, ସେମାନଙ୍କ ମଧ୍ୟରେ ବୟସ ତୁଳନାରେ କମ୍ ଉଚ୍ଚତା ଥିବା ଛୁଆ ଏବଂ ୫ ବର୍ଷରୁ କମ୍ ବୟସରେ ମୃତ୍ୟୁ ବରଣ କରିଥିବା ଛୋଟ ଛୁଆଙ୍କୁ ନେଇ ଏହି ରିପୋର୍ଟ ପ୍ରକାଶ କରିଛି ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ। ଚଳିତବର୍ଷ ୨୦୧୪ରୁ ୨୦୧୮ର ସର୍ଭେ ରିପୋର୍ଟକୁ ନେଇ ପ୍ରସ୍ତୁତ ହୋଇଛି।
ଭାରତରେ ୬ରୁ ୨୩ ମାସ ମଧ୍ୟରେ ଥିବା ୯.୬% ଛୋଟ ଛୁଆଙ୍କୁ ଆବଶ୍ୟକ ଖାଦ୍ୟ ମିଳିପାରୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିକଟରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ ଏହାର ହାର ୬.୪ ପ୍ରତିଶତ କହିଥିଲା। ତେବେ ୨୦୦୦ ମସିହା ପରେ ନେପାଳ ଏହି ମାମଲାରେ ସବୁଠାରୁ ଅଧିକ ପ୍ରଗତି କରିଛି।
ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ଅନୁସାରେ ଶୂନ ଅଙ୍କରେ ଥିବା ଦେଶର ସ୍ଥିତି ବହୁତ ଭଲ। ଏହି ଶୂନ ଅଙ୍କରେ କୌଣସି ଦେଶ ବିଶ୍ୱରେ ନାହାନ୍ତି। ୧୦ରୁ କମ୍ ଅଙ୍କରେ ରହିଥିବା ଦେଶ ମାନେ ଭୋକର ସମସ୍ୟା କମ୍ ରହିଛି। ୨୦ରୁ ୩୪.୯ ଅଙ୍କ ମଧ୍ୟରେ ରହିଥିବା ଦେଶମାନେ ଗମ୍ଭୀର ସଙ୍କଟ। ସେହିପରି ୩୫ରୁ ୪୯.୯ ଅଙ୍କ ମାନେ ସ୍ଥିତି ଚ୍ୟାଲେଞ୍ଜ ରହିଛି। ସେହିପରି ୫୦ରୁ ଅଧିକ ଅଙ୍କରେ ଥିବା ଦେଶର ସ୍ଥିତି ବହୁତ ଖରାପ ରହିଛି।
ଭାରତକୁ ୩୦.୩ ଅଙ୍କ ମିଳିଛି। ଏହାର ଅର୍ଥ ଦେଶରେ ଭୋକର ସ୍ଥିତି ଗମ୍ଭୀର। ଭୋକର ସମସ୍ୟା ନେଇ ଚ୍ୟାଲେଞ୍ଜ ରହିଥିବା ଦେଶମାନଙ୍କରେ ୪ଟି ଦେଶ ରହିଛି।
ଜଳବାୟୁ ପରିବର୍ତ୍ତନ ପାଇଁ ଦେଶରେ ଭୋକର ସମସ୍ୟା ଅଧିକ ରହିଛି ବୋଲି ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟରେ କୁହାଯାଇଛି। ଖାଲି ଏତିକି ନୁହେଁ ଜଳବାୟୁ ପରିବର୍ତ୍ତନ ପାଇଁ ଖାଇବାର ଗୁଣବତ୍ତା ଏବଂ ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଭାବ ପକାଉଛି।
ସୂଚନାଯୋଗ୍ୟ, ଭୋକରେ କେହି ରହିବେ ନାହିଁ ବୋଲି କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିଛନ୍ତି। ହେଲେ ଏହାର ବାସ୍ତବ ସ୍ଥିତି କଣ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟରୁ ଜଣାପଡ଼ିଛି। ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରି ବିକାଶର ନାରା ଦେଇ କ୍ଷମତାକୁ ଆସିଥିବା ମୋଦି ସରକାରଙ୍କ ପାଇଁ ଏହି ରିପୋର୍ଟ କେନ୍ଦ୍ର ସରକାରର ବିକାଶ ଭାବମୂର୍ତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
from Odisha Reporter https://ift.tt/2pomIIF
No comments:
Post a Comment