ନୂଆଦିଲ୍ଲୀ: ଜିଓ ପରେ ଅନ୍ୟ ଟେଲିକମ କମ୍ପାନୀ ଆଇୟୁସି (Interconnect Usage charge) ନେବେ କି ନାହିଁ ସେ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ବଜାରକୁ ଆସିବା ପାଖରୁ ସମସ୍ତ ନେଟଓ୍ୱର୍କକୁ ନିର୍ଦ୍ଧାରିତ ପ୍ୟାକ୍ ମାଧ୍ୟମରେ ଅସୀମିତ ଭଏସ କଲିଂ ସୁବିଧା ଯୋଗାଉଥିବା ରିଲାଏନ୍ସ ଜିଓ ଏହି ଆୟୁସି ଚାର୍ଜ ନେବ ବୋଲି ଘୋଷଣା କରିବା ପରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି। ଯାହାର ଜବାବ ରଖିଛି ଦେଶର ଅନ୍ୟତମ ଟେଲିକମ ଅପରେଟର ସଂସ୍ଥା ଭୋଡାଫୋନ୍-ଆଇଡିଆ।
ଭୋଡାଫୋନ୍-ଆଇଡିଆ କହିଛି ତାଙ୍କ ଗ୍ରାହକମାନେ ଅନ୍ୟ ନେଟଓ୍ୱର୍କକୁ କଲ୍ କଲେ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏମିତି ଉଦ୍ଦେଶ୍ୟ ତାଙ୍କର ନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ତାଙ୍କର ଗ୍ରାହକ କାହାକୁ ଫୋନ୍ କରିବା ବେଳେ ନଭାବନ୍ତୁ ଯେ ସେ ଅନ୍ୟ ନେଟଓ୍ୱର୍କର ନମ୍ୱରକୁ ଫୋନ୍ କରୁଛନ୍ତି ବୋଲି। କମ୍ପାନୀ ସ୍ପଷ୍ଟ କରିଛି ଏହି ଆୟୁସି ଚାର୍ଜ ଗ୍ରାହକଙ୍କ ଉପରେ ନପଡ଼ିବା ଉଚିତ୍।
ଜିଓ ପକ୍ଷରୁ ଗତକାଲି ଆୟୁସି ଚାର୍ଜ ବାବଦରେ ଘୋଷଣା ହେବା ପରେ ଅନ୍ୟ ନେଟଓ୍ୱର୍କ ସହ କଥା ହେବା ପାଇଁ ଟପ୍ ଅପ ଘୋଷଣା କରିଛି। ୧୦ ଟଙ୍କାରେ ଅନ୍ୟ ନେଟୱର୍କକୁ ୧୨୪ ମିନିଟ୍ ପର୍ଯ୍ୟନ୍ତ କଲ୍ ଓ ଗୋଟିଏ ଜିବି ଡାଟା ମିଳିବ। ସେହିପରି ୨୦ ଟଙ୍କାରେ ୨୪୯ ମିନିଟ୍ ପର୍ଯ୍ୟନ୍ତ କଲ ଓ ୨ ଜିବି ଡାଟା ମିଳିବ। ୫୦ ଟଙ୍କିଆ ରିଚାର୍ଜରେ ୬୫୬ ମିନିଟ୍ ପର୍ଯ୍ୟନ୍ତ କଲ ଓ ୫ ଜିବି ଡାଟା ଓ ୧୦୦ ଟଙ୍କିଆ ରିଚାର୍ଜରେ ୧୩୬୨ ମିନିଟ୍ ପର୍ଯ୍ୟନ୍ତ ଅଲଗା ନେଟୱର୍କକୁ କଲ୍ ଓ ୧୦ ଜିବି ଡାଟା ସୁବିଧା ମିଳିବ।
from Odisha Reporter https://ift.tt/2AYJMAb
No comments:
Post a Comment