ଗୁଟଖା ପଇସା ମାଗିବାରୁ ଦୋକାନୀକୁ ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 9, 2019

ଗୁଟଖା ପଇସା ମାଗିବାରୁ ଦୋକାନୀକୁ ଗୁଳି

ଅଲିଗଡ: ବୁଧବାର ଉତ୍ତର ପ୍ରଦେଶ ଅଲିଗଡ଼ର ମଧୋପୁରରେ ଗୁଟଖା ପଇସା ମାଗିବାରୁ ଦୋକାନୀକୁ ଗୁଳି କରିଛି ଗ୍ରାହକ। ଏବେ ଦୋକନୀ ଛଟୁ ଅଗ୍ରଓ୍ଲାଲ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି। ଗତକାଲି ଏଭଳି ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ଛଟୁଙ୍କ ଦୋକାନକୁ ଗୁଟଖା ନେବା ପାଇଁ ମଧୋପୁରର ୪ ଜଣ ସ୍ଥାନୀୟ ଯୁବକ ଦୀପକ, ଟିକନ, ପୋତା ଏବଂ ଫଉଜଦାର ଆସିଥିଲେ। ୫ ଟଙ୍କାରେ ଏକ ଗୁଟଖା ଛଟୁ ପାଖରୁ ଏମାନେ ନେଇଥିଲେ।

ଏହାପରେ ଛଟୁ ପଇସା ମାଗିବାରୁ ଏହି ୪ ଯୁବକ ଛଟୁର ପଇସା ବାକ୍ସରୁ ୨୫୦ ଟଙ୍କା ଜୋର ଜବରଦସ୍ତି ନେଇ ଯାଇଥିଲେ। ଏହାପରେ ତାଙ୍କ ଭିତରୁ କେହି ଜଣେ ବନ୍ଧୁକରେ ଛଟୁ ଉପରକୁ ଗୁଳି କରିଥିଲା। ଆଉ ଥାନାରେ ଏ ନେଇ ଅଭିଯୋଗ କଲେ ଛଟୁର ପରିବାର ଲୋକଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ। ଘଟଣାସ୍ଥଳରେ ଛଟୁ ଦୋକାନରେ ଉପସ୍ଥିତ ଥିବା ଅନ୍ୟ ଜଣେ ଯୁବକ ଅମିତ ଏହା କହିଛନ୍ତି।
ଏବେ ସେହି ସ୍ଥାନୀୟ ୪ ଯୁବକଙ୍କ ନାମରେ ତପ୍ପଲ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଖୁବ ଶୀଘ୍ର ୪ ଅପରାଧୀ ଗିରଫ ହେବେ ବୋଲି ଥାନା ଏସଆଇ ମଣିଲାଲ ପଟିଦା କହିଛନ୍ତି।



from Odisha Reporter https://ift.tt/35iY4tk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages