ବିଜେପୁର ଉପନିର୍ବାଚନ; ପ୍ରଚାର ମଇଦାନରେ ୩ ଦଳର ହେଭିୱେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 13, 2019

ବିଜେପୁର ଉପନିର୍ବାଚନ; ପ୍ରଚାର ମଇଦାନରେ ୩ ଦଳର ହେଭିୱେଟ୍‌

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ସହ ଆରୋପ ପ୍ରତ୍ୟାରୋପ ବି ସେତିକି ବଢ଼ୁଛି । ତିନି ପ୍ରମୁଖ ଦଳ ନିଜ ସପକ୍ଷରେ ଭୋଟରଙ୍କୁ ଟାଣିବାକୁ ଚଳାଇଛନ୍ତି ଜୋରଦାର କସରତ ।

ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଗତକାଲି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ସାଂସଦ ଜୁଏଲ ଓରାମ।  ବୈଜୟନ୍ତ ବିଜେପୁର ଓ ବରପାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ସଭା ଓ ରୋଡ଼ ଶୋ’ କରି ନବୀନଙ୍କୁ ଟାର୍ଗେଟ କରିଥିଲେ ।

 ବିଜେପୁରର ବିକାଶ ଦାୟିତ୍ୱ ନିଜେ ନେବେ ବୋଲି କହି ଜିତିବା ପରେ ବିଜେପୁରକୁ ନବୀନ ଛାଡ଼ି ଦେଇଛନ୍ତି ବୋଲି ଆକ୍ଷେପ କରିଛନ୍ତି ବୈଜୟନ୍ତ । ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ  ହୋଇନଥିବା ସେ ଅଭିଯୋଗ କରିଛନ୍ତି।  ସେହିପରି ଜୁଏଲ ଓରାମ ଗାଈସିଲେଟ ବ୍ଲକର ବିଭିନ୍ନ ସ୍ଥାନରେ ଦଳ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

 ସେପଟେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ , ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସୁଶାନ୍ତ ସିଂ। ଗାଈସିଲେଟ ବ୍ଲକରେ ଦଳ ପକ୍ଷରୁ ଏକ ସମାବେଶ କରାଯାଇଥିଲା । ଏହି ଅବସରରେ ବୈଜୟନ୍ତଙ୍କ ଆକ୍ଷେପ ଉପରେ ଜବାବ ରଖିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।  

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦିଅନ୍ତି, ତାହାକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟ କରନ୍ତି । ଏହି ନିର୍ବାଚନମଣ୍ଡଳୀରେ ଯାହା କୁହାଯାଇଥିଲା ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯାଉଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସେପଟେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ବିଜେପୁର ବ୍ଲକ ଅଞ୍ଚଳରେ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିଛନ୍ତି । ସେ କହିଛନ୍ତି ବିଜେଡି, ବିଜେପି ମୋ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଲୋକେ କଂଗ୍ରେସ ସହ ଅଛନ୍ତି ଓ ସେମାନେ ମୋର ଷ୍ଟାର ପ୍ରଚାରକ । 



from Odisha Reporter https://ift.tt/2OUR3cD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages