ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ସିଂହ, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 13, 2019

ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ସିଂହ, ଭିଡିଓ ଭାଇରାଲ୍‌

ବେଙ୍ଗାଲୁରୁ: ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ଗୋଡ଼ାଇଲା ସିଂହ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଲାରୀ ସ୍ଥିତ ଅଟଳ ବିହାରୀ ବାଜପେୟୀ ପ୍ରାଣୀ ଉଦ୍ୟାନରେ। ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ଏବେ ଏହା ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି।

ଏକ ମିନିଟ୍‌ର ଏହି ଭିଡିଓରେ ପର୍ଯ୍ୟଟକଙ୍କୁ ନେଇ ସଫାରୀ ଭିତରକୁ ଯାଇଥିବା ଗାଡ଼ିକୁ ସିଂହଟି ଅତି ଭୟଙ୍କର ଭାବେ ଗୋଡ଼ାଉ ଥିବା ଦେଖିବାକୁ ମିଳିଛି। ଗାଡ଼ିଟି ଦ୍ରୁତ ଗତିରେ ସେଠାରୁ ପଳାଇ ଯିବା ପର୍ଯ୍ୟନ୍ତ ସିଂହଟି ଏହା ପଛରେ ଦୌଡ଼ିଥିବା ଦେଖିବାକୁ ମିଳିଛି। ଉକ୍ତ ଗାଡ଼ିରେ ବସିଥିବା ଜଣେ ପର୍ଯ୍ୟଟକ ଏହି ଭିଡିଓ ଉତ୍ତୋଳନ କରିଥିଲେ। ତେବେ ସିଂହଟି କାହିଁକି ଗୋଡ଼ାଇଲା, ତାହା ସ୍ପଷ୍ଟ ହୋଇପାରିନି।

ଗତ ଶୁକ୍ରବାର ଏହି ଭିଡିଓଟିକୁ ୟୁ ଟ୍ୟୁବ୍‌ରେ ଅପ୍‌ଲୋଡ୍ କରାଯାଇଥିଲା। ଆଉ ଏହା ଭିତରେ ଏହାକୁ ଲୋକେ ୪ ଲକ୍ଷ ଥର ଦେଖି ସାରିଲେଣି। ହଜାର ହଜାର ଲୋକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ୟୁଟ୍ୟୁବ୍ ସହିତ ଟ୍ୱିଟର ଓ ଫେସ୍‌ବୁକ୍‌ ଆଦିରେ ମଧ୍ୟ ଏହି ଭିଡିଓକୁ ଶେଆର୍ କରାଯାଇଛି।

 



from Odisha Reporter https://ift.tt/2IQPkBc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages