ଦେଶର ଆର୍ଥିକ ଅବସ୍ଥା ଖରାପ, ଚେତାଇଲା ଆଇଏମଏଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 9, 2019

ଦେଶର ଆର୍ଥିକ ଅବସ୍ଥା ଖରାପ, ଚେତାଇଲା ଆଇଏମଏଫ୍

ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିଛି ଆଇଏମଏଫ୍ (ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡ)। ଯଦି ଭାରତ ଆଗାମୀ ଦିନରେ ତା’ର ଆର୍ଥିକନୀତି ନସୁଧାରିବ ତାହାଲେ ଭବିଷ୍ୟତରେ ଅନେକ କ୍ଷତି ସହିବାକୁ ପଡ଼ିବ। ଏହାର ପ୍ରଭାବ ଦୁନିଆର ସବୁଠୁ ବଡ଼ ବଜାର କୁହାଯାଉଥିବା ଭାରତ ଉପରେ ପଡ଼ିବ ବୋଲି ଆଇଏମଏଫର ନବ ନିଯୁକ୍ତ ନିର୍ଦ୍ଦେଶିକା କ୍ରିସ୍ଚାଲିନା ଜର୍ଜିଏବା କହିଛନ୍ତି। ବୁଲଗରିଆର ଏହି ଅର୍ଥବିଶାରଦ ପୂର୍ବତନ ନିର୍ଦ୍ଦେଶକ କ୍ରିଷ୍ଚାନ ଲଗାର୍ଦଙ୍କ ସ୍ଥାନ ନେଇଛନ୍ତି।

ଗୋଟିଏ ସପ୍ତାହ ପରେ ଆଇଏମଏଫ୍ ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଏହି ସମୟରେ ଦୁଇ ଦେଶ ବିଶ୍ୱର ଆର୍ଥିକ ସ୍ଥିତିକୁ ନେଇ ଆଲୋଚନା କରିବେ। ଏହି ବୈଠକରେ ବିଶ୍ୱର ପ୍ରମୁଖ ଅର୍ଥ ବିଶେଷଜ୍ଞ, ପ୍ରମୁଖ ଦେଶର ଅର୍ଥମନ୍ତ୍ରୀ ଓ କିଛି ପ୍ରମୁଖ ବ୍ୟାଙ୍କର ଶୀର୍ଷ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱରେ ଦେଖାଦେଇଥିବା ଜଟିଳ ଆର୍ଥିକ ସ୍ଥିତି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ।

ଜର୍ଜିଏବା କହିଛନ୍ତି, ଦୁଇ ବର୍ଷ ତଳେ ବିଶ୍ୱର ଅଭିବୃଦ୍ଧି ହାର ଭଲ ରହିଥିଲା। ସେତେବେଳେ ଦେଶର ୭୫ ପ୍ରତିଶତ ଦେଶର ଆର୍ଥିକ ସ୍ଥିତି ଭଲ ରହିଥିଲା। ଏବେ କିନ୍ତୁ ୯୦ ପ୍ରତିଶତ ଦେଶର ଅଭିବୃଦ୍ଧି ହାର ଧିମା ରହିଛି। ଆମେରିକା, ଜାପାନ ଭଳି ପ୍ରମୁଖ ଦେଶରେ ଆର୍ଥିକ ସ୍ଥିତି ସ୍ଥିର ରହିଛି। ବିଶେଷକରି ୟୁରୋପରେ। ଅନ୍ୟପଟେ ଭାରତ ଏବଂ ବ୍ରାଜିଲ ଭଳି ଦେଶରେ ଆର୍ଥିକ ସ୍ଥିତି ଅଧିକ ଧିମା ରହିଛି। ସେହିପରି ଆର୍ଥିକ ଅଭିବୃଦ୍ଧି ଭଲ ରହୁଥିବା ଦେଶ ଚାଇନାରେ ମଧ୍ୟ ଏବେ ଅଭିବୃଦ୍ଧି ହାର ଧିମା ରହିଥିବା ସେ କହିଛନ୍ତି। ମୁଖ୍ୟତଃ ଯେଉଁ ଦେଶର ଆର୍ଥିକ ଅଭିବୃଦ୍ଧି କମିଯାଇଛି ସେମାନେ ହିଁ ମାନ୍ଦାବସ୍ଥାର ଶିକାର ହେବାକୁ ଯାଉଛନ୍ତି ବୋଲି ନବ ନିଯୁକ୍ତ ଆଇଏମଏଫ ନିର୍ଦ୍ଦେଶକ କହିଛନ୍ତି।

ବୁଲଗରିଆର ଏହି ଅର୍ଥବିଶାରଦ ଜାନୁଆରୀ ୨୦୧୭ ଯାଏ ବିଶ୍ୱ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିଲେ। ଏହା ପୂର୍ବରୁ ଚଳିତ ବର୍ଷ ଫେବୃଆରୀରୁ ୮ ଏପ୍ରିଲ ଯାଏ ବିଶ୍ୱ ବ୍ୟାଙ୍କ ସମୂହର ମଧ୍ୟବର୍ତ୍ତୀ ଅଧ୍ୟକ୍ଷ ରହିଥିଲେ।



from Odisha Reporter https://ift.tt/2OxXGkS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages