କଦଳୀ ପତ୍ର ଶୁଖୁଆ ମସଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 9, 2019

କଦଳୀ ପତ୍ର ଶୁଖୁଆ ମସଲା

ଆବଶ୍ୟକ ସାମଗ୍ରୀ- ନଡ଼ିଆ ଫାଳି ଶୁଖୁଆ, ଟମାଟୋ, କଞ୍ଚାଲଙ୍କା, ପିଆଜ, ଧନିଆ ଗୁଣ୍ଡ, ରସୁଣ-ଅଦା-କଞ୍ଚାଲଙ୍କା ପେଷ୍ଟ୍, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ବଟା, ରିଫାଇନ୍‌ ତେଲ ଓ କଦଳୀ ପତ୍ର।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଶୁଖୁଆକୁ କାଟି ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ। ଏହାପରେ ଏଥିରେ କଟା ପିଆଜ, କଟା କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା-ରସୁଣ-କଞ୍ଚାଲଙ୍କା ବଟା, ଜିରା ଗୁଣ୍ଡ, ସୋରିଷ ବଟା ଓ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ମ୍ୟାରିନେଟ୍‌ ହେବାକୁ ଛାଡ଼ି ଦିଅନ୍ତୁ।

କିଛି ସମୟ ପରେ ମ୍ୟାରିନେଟ୍‌ ହୋଇଥିବା ଶୁଖୁଆ ପିସ୍‌ଗୁଡ଼ିକୁ  କଦଳୀ ପତ୍ରରେ ପୃଥକ ପୃଥକ ଭାବେ ଗୁଡ଼ାଇ ଭଲ ଭାବେ ବାନ୍ଧି ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରି କଦଳୀ ପତ୍ରରେ ବନ୍ଧା ହୋଇଥିବା ଶୁଖୁଆଗୁଡ଼ିକୁ ଭାଜନ୍ତୁ। କଦଳୀ ପତ୍ର ପାଖାପାଖି ପୋଡ଼ି ଗଲେ ବା କଳା ପଡ଼ିଯିବା ପରେ ଏଗୁଡ଼ିକୁ କଡ଼େଇରୁ କାଢ଼ି ଆଣନ୍ତୁ। ଟିକେ ଥଣ୍ଡା ହେଲା ପରେ କଦଳୀ ପତ୍ରକୁ ଖୋଲି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଦଳୀ ପତ୍ର ଶୁଖୁଆ ମସଲା।

(ବି.ଦ୍ର: ଲୁଣି ଶୁଖୁଆ ହୋଇଥିବା ଯୋଗୁ ଏଥିରେ ଲୁଣର ପ୍ରୟୋଗ କରାଯାଇନି।) 



from Odisha Reporter https://ift.tt/320kg9A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages