ବିଜେପିର ‘ହନୁମାନ’ ପ୍ରଚାରକଙ୍କ ଆତ୍ମହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 4, 2019

ବିଜେପିର ‘ହନୁମାନ’ ପ୍ରଚାରକଙ୍କ ଆତ୍ମହତ୍ୟା

କୋଲକାତା: ଲୋକସଭା ନିର୍ବାଚନ ବେଳେ ପଶ୍ଚିମବଙ୍ଗ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଥିବା ନିଭାସ ସରକାରଙ୍କ ମୃତ୍ୟୁ ଘଟିଛି। ବିଷ ପିଇ ସେ ଆତ୍ମହତ୍ୟା କରିଛନ୍ତି। ବିଷ ପିଇବାର କାରଣ ଅସ୍ପଷ୍ଟ ରହିଛି। ଲୋକସଭା ନିର୍ବାଚନ ବେଳେ ହନୁମାନ ବେଶରେ ସେ ରାଣାଘାଟ ବିଜେପି ସାସଂଦ ଜଗନ୍ନାଥ ସରକାରଙ୍କ ପାଇଁ ପ୍ରଚାର କରିଥିଲେ। ନିଭାସଙ୍କ ଏହି ପ୍ରଚାର ଶୈଳୀ ସେତେବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବିଜେପି ନେତା ଏବଂ କର୍ମୀମାନେ ମଧ୍ୟ ନିଭାସଙ୍କ ପ୍ରଚାର ଶୈଳୀକୁ ସୋଶାଲ ମିଡିଆରେ ମିଳିମିଶି ସେୟାର କରୁଥିଲେ। ଏହାପରେ ନିଭାସଙ୍କୁ ବହୁତ ଲୋକ ଜାଣିବାକୁ ପାଇଥିଲେ।

ନିଭାସ ସରକାରର ଜଣେ ଆରଏସଏସ କର୍ମୀ ଏଥିସହ ଯାତ୍ରା କଳାକାର। ରାଜସ୍ଥାନ ଉଦୟପୁରରେ ତାଙ୍କ ପୁଅ ଡାକ୍ତର ଅଛନ୍ତି। ତେଣୁ ସେ ନିକଟରେ ପଶ୍ଚିମବଙ୍ଗରୁ ଉଦୟପୁରକୁ ସ୍ଥାନାନ୍ତରିତ ହୋଇଯାଇଥିଲେ।

ନିଭାସଙ୍କ ବଡ଼ ଭାଇ ପାଖରୁ ନିଭାସଙ୍କ ମୃତ୍ୟୁ ବାବଦରେ ସୂଚନା ମିଳିଥିଲା ବୋଲି ବାଗୁଲା ମଣ୍ଡଳ ସଭାପତି ତାପସ ଘୋଷ କହିଛନ୍ତି। ତାପସ ଘୋଷ କହିଛନ୍ତି “ଗୁରୁବାର ନିଭାସ ଗାଧୁଆ ଘର ଭିତରକୁ ଯାଇଥିଲେ। ଏହାପରେ ଏକ କାଚ ବୋତଲ ଧରି ଆସି ତାଙ୍କ ଭାଇ ପ୍ରଲବଙ୍କୁ କହିଥିଲେ ସେ ବିଷ ପିଇଦେଇଛନ୍ତି। ଏହାପରେ ନିଭାସଙ୍କୁ ଡାକ୍ତରଖାନା ନେବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପାରିବାରିକ ଅସନ୍ତୋଷ ପାଇଁ ନିଭାସ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ନିଭାସଙ୍କ ଭାଇ କହିଛନ୍ତି” ।

ନିଭାସଙ୍କ ମୃତ୍ୟୁରେ ରାଣାଘାଟର ବିଜେପି ସାଂସଦ ଜଗନ୍ନାଥ ସରକାର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କର ଜଣେ ବଡ଼ ସମର୍ଥକଙ୍କୁ ସବୁଦିନ ପାଇଁ ହରାଇଲେ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗର ଏନଆରସି ନିୟମ ଲାଗୁ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହା ଉପରେ ଅସନ୍ତୋଷ ପ୍ରକାଶ କରି ନିଭାସ ଆତ୍ମହତ୍ୟା କରିଛନ୍ତି ବୋଲି ସୋଶାଲ ମିଡିଆରେ ମତ ପ୍ରକାଶ ପାଇଛି। ଯାହାକୁ ଉଭୟ ନିଭାସଙ୍କ ପରିବାର ଓ ଦଳ ଖଣ୍ଡନ କରିଛନ୍ତି।



from Odisha Reporter https://ift.tt/2oR3wmA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages