ସ୍ମାର୍ଟସିଟି ନିକଟରେ ଥାଇ ମଧ୍ୟ ବିକାଶର ଛାପ ପଡ଼ିନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 4, 2019

ସ୍ମାର୍ଟସିଟି ନିକଟରେ ଥାଇ ମଧ୍ୟ ବିକାଶର ଛାପ ପଡ଼ିନି

ରାଉରକେଲା (ପବନ ତିୱାରୀ): ବିକାଶଠାରୁ ଯୋଜନ ଦୂରରେ ରହିଛି ରାଉରକେଲା ନିକଟ ଖୁଣ୍ଟ ଗ୍ରାମ ପଞ୍ଚାୟତର ନାଗରାଟୋଲି ବସ୍ତି। ରାଉରକେଲା ସହରଠାରୁ ମାତ୍ର ୮ କିଲୋମିଟର ଦୂରରେ ଏହି ବସ୍ତି ଥିଲେ ମଧ୍ୟ ଏଠାକାର ଲୋକେ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଦୀପ ତଳ ଅନ୍ଧାର ଭଳି ଅବସ୍ଥା ହୋଇଛି ଏ ବସ୍ତିର।

ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟି ହେଉଛି ରାଉରକେଲା, ଯେଉଁଠି ଦିନ ରାତି ୨୪ ଘଣ୍ଟା ଲୋକେ କାମ କରନ୍ତି। ହେଲେ ସହରର ଖୁବ୍ ନିକଟରେ ଥିବା ନାଗରାଟୋଲି ବସ୍ତିରେ ବିକାଶର ଛାପ ଟିକେ ବି ପଡ଼ିପାରିନି। ପ୍ରାୟ ୩୦ଟି ପରିବାର ରହୁଥିବା ଏହି ବସ୍ତି ଜଙ୍ଗଲ ଓ ପାହାଡ଼ ଘେରରେ ରହିଛି। ବସ୍ତିକୁ ଯିବା ପାଇଁ ରାସ୍ତାଟିଏ ନାହିଁ। କେବଳ ପାଦ ଚଲା ରାସ୍ତାଟିଏ ବସ୍ତି ପର୍ଯ୍ୟନ୍ତ ଲମ୍ବିଛି। ଏହି ବସ୍ତି ପୂର୍ବରୁ ଏକ କଲଭର୍ଟ ଥିଲା, ଯାହା ବର୍ଷେରୁ ଅଧିକ ସମୟ ହେବ ଭାଙ୍ଗି ଯାଇଛି। ଏବେ ଭରସା କେବଳ ବାଉଁଶ ପୋଲ। ବସ୍ତିର କିଛି ପିଲା ପ୍ରତିଦିନ ଏହି ବିପଦସଙ୍କୁଳ ପୋଲ ଦେଇ ପାଠପଢ଼ିବାକୁ ରାଉରକେଲାକୁ ଆସନ୍ତି। ବସ୍ତିରେ ଥିବା ସମସ୍ତ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନି। ପ୍ରଶାସନ କେବଳ ଏ  ବସ୍ତିରେ ଗୋଟି ନଳକୂପ ବସାଇ ହାତଯୋଡ଼ି ବସିଛି।

ବସ୍ତିରେ ରହୁଥିବା ଲିଟୁଙ୍ଗୁ ଏକ୍କା କହିଛନ୍ତି, “ଆମକୁ ଯିବା ଆସିବାରେ ବହୁତ ଅସୁବିଧା ହେଉଛି। ଏପରିକି ଛୋଟ ପିଲା ସ୍କୁଲ୍‌ ଯିବାରେ ଓ ରାତି ହେଲେ ରୋଗୀକୁ ଡାକ୍ତରଖାନା ନେବାରେ ଅସୁବିଧା ହେଉଛି। ଖଟରେ ବୋହି ମେନ୍‌ ରୋଡ୍‌ ପର୍ଯ୍ୟନ୍ତ ରୋଗୀକୁ ନେବାକୁ ପଡୁଛି। ଏଠି ଅଙ୍ଗନବାଡ଼ି କେନ୍ଦ୍ର ବି ନାହିଁ। ବିଦ୍ୟୁତ୍‌ ବ୍ୟବସ୍ଥା କରାଯାଇଛି। ହେଲେ ଏଯାଏ ବିଦ୍ୟୁତ୍ ସଂଯୋଗ ଦିଆଯାଇନି। ଅନ୍ୟପକ୍ଷରେ ବିଲ୍‌ ଆସିଲାଣି।” ଏଭଳି ଅବସ୍ଥାରେ ବର୍ଷ ବର୍ଷ ଧରି ନାଗରାଟୋଲି ବସ୍ତି ବାସିନ୍ଦା ରହି ଆସୁଥିବାବେଳେ ପ୍ରଶାସନର ଶୁଭ ଦୃଷ୍ଟି ପଡ଼ୁନି। ଜଙ୍ଗଲ ପାହାଡ଼ ଘେରରେ ଥିବା ଏହି ବସ୍ତିର  ଉନ୍ନତି ପାଇଁ ନା ବନ ବିଭାଗ କିଛି କରୁଛି ନା ପ୍ରଶାସନ। ଏନେଇ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଯଦିଓ ଏହା ଜଙ୍ଗଲ ବିଭାଗ ଅଧୀନରେ ଆସୁନାହିଁ ତଥାପି ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଖୁବ୍‌ଶୀଘ୍ର ସେ ଅଞ୍ଚଳରେ ଭାଙ୍ଗି ଯାଇଥିବା କଲଭର୍ଟକୁ ପୁଣି ନିର୍ମାଣ କରାଯିବା ସହ ବସ୍ତିକୁ ରାସ୍ତାଟିଏ କରିବାକୁ ରାଉରକେଲା ଫରେଷ୍ଟ ରେଞ୍ଚ ଏସିଏଫ୍‌ ଦିଲୀପ କୁମାର ସାହୁ କହିଛନ୍ତି। ସେହିପରି ନାଗରାଟୋଲିର ସମସ୍ୟାକୁ ସ୍ୱୀକାର କରିବା ସହ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶାରଦା ନାୟକ ପ୍ରତିଶ୍ରୁତି ଦେଇଛନ୍ତି।



from Odisha Reporter https://ift.tt/31SfWZW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages