ବିଜେପୁର ଭୋଟ୍‌; ବିଜେଡି ଆଗୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 23, 2019

ବିଜେପୁର ଭୋଟ୍‌; ବିଜେଡି ଆଗୁଆ

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ବିଧାନସଭା ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡ ଓ  ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି।

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ରହିଛନ୍ତି।  ପ୍ରଥମ ରାଉଣ୍ଡରେ ବିଜେଡି ୪୭୮୮ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଛି। ରୀତା ସାହୁଙ୍କୁ ୭୦୦୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୨୨୧୭ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୩୧୭ ଖଣ୍ଡ ଭୋଟ୍ ମିଳିଛି।

ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୯୮୯୭ ଖଣ୍ଡ ଭୋଟରେ ଆଗୁଆ ରହିଛି। ବିଜେଡି ୧୪୨୭୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୪୩୭୮ ଓ କଂଗ୍ରେସକୁ ମିଳିଛି ୫୬୯ ଖଣ୍ଡ ଭୋଟ। ।

ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲ୍ ଓ ଗୋଟିଏ ରାଉଣ୍ଡ ଟେବୁଲର ବ୍ୟବସ୍ଥା କରାଯାଇଛି। ସମୁଦାୟ ୨୧ଟି ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ପ୍ରତି ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ୍ ଓ ମାଇକ୍ରୋ ଅବଜରଭର୍ ରହିଛନ୍ତି। ସମଗ୍ର ଆରଏମସି ପରିସରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୧ ପ୍ଲାଟୁନ୍ ଓଏସ୍ଏପି, ୧ କଂପାନୀ ସିଆରପିଏଫ୍ ଓ ସ୍ଥାନୀୟ ପୁଲିସର ପାଟ୍ରୋଲିଂ ଦଳ ନିୟୋଜିତ ହୋଇଛନ୍ତି।



from Odisha Reporter https://ift.tt/32I6atD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages