ମହାରାଷ୍ଟ୍ର, ହରିଆଣାରେ ବିଜେପି ଆଗୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 23, 2019

ମହାରାଷ୍ଟ୍ର, ହରିଆଣାରେ ବିଜେପି ଆଗୁଆ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ତେବେ ଉଭୟ ରାଜ୍ୟରେ ବିଜେପି ଆଗୁଆ ରହିଥିବା ଜଣାପଡ଼ିଛି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଲାଟେଷ୍ଟ୍‌ ଟ୍ରେଣ୍ଡ୍‌ ଅନୁଯାୟୀ ବିଜେପି ଆଗୁଆ ରହିଛି । ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନରୁ ବିଜେପି-ଶିବସେନା ମେଣ୍ଟ ୧୫୫ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ-ଏନ୍‌ସିପି ମେଣ୍ଟ ୭୯ଟି ଆସନରେ, ଭିବିଏ(ଭନ୍‌ଚିତ୍‌ ବହଚଜନ ଅଗାଡ଼ୀ) ୨ଟି ଆସନ ଓ ଅନ୍ୟାନ୍ୟ ଦଳ ୩୦ଟି ଆସନରେ ଆଗରେ ରହିଛନ୍ତି। ଫଳରେ ଏଠାରେ ପୁଣିଥରେ ବିଜେପି-ଶିବସେନା ମେଣ୍ଟ ବାଜିମାତ୍‌ କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସେହିପରି ହରିଆଣାରେ ୯୦ଟି ଆସନରୁ ବିଜେପି ୪୪ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୨୯ଟି ଆସନ, ଜନନାୟକ ଜନତା ପାର୍ଟି(ଜେଜେପି) ୯ଟି ଆସନ, ଇଣ୍ଡିଆନ୍‌ ନ୍ୟାସନାଲ୍‌ ଲୋକ ଦଳ(ଆଇଏନ୍‌ଏଲ୍‌ଡି)୨ଟି ଆସନ ଓ ଅନ୍ୟାନ୍ୟ ଦଳ ୬ଟି ଆସନରେ ଆଗୁଆ ରହିଛି।

ଉଭୟ ମହାରାଷ୍ଟ୍ର ଓ ହରିଆଣାରେ ବିଜେପି ଜିତିବ ବୋଲି ଏକ୍‌ଜିଟ୍‌ ପୋଲର ଆକଳନ କରିଛି।



from Odisha Reporter https://ift.tt/31DvdNr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages