ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରର ତେଜାଜି ନଗର ଅଞ୍ଚଳରେ ଆଜି ଭୋରରେ ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଏକ ଚାରି ବର୍ଷର ଶିଶୁ ଅଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ସେନାର ଜଣେ ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ଅନ୍ୟପକ୍ଷରେ ଆଜି ମଧ୍ୟପ୍ରଦେଶରେ ଆଉ ଏକ କାର୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିୱାରୀ ଜିଲ୍ଲାର ଓର୍ଛା ସହର ପାଖରେ ଏହି ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହିତ ଧକ୍କା ହେବାର ଆଶଙ୍କାକୁ ଏଡ଼ାଇବାକୁ ଯାଇ କାର୍ଟି ଏକ ନଦୀ ମଧ୍ୟରେ ଖସି ପଡ଼ିଥିଲା। କାର୍ରେ ସେତେବେଳେ ଡ୍ରାଇଭରଙ୍କୁ ମିଶାଇ ମୋଟ ୫ ଜଣ ବସିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ସେମାନଙ୍କୁ ନଦୀରୁ ଉଦ୍ଧାର କରିଥିଲେ ଓ ଡାକ୍ତରଖାନା ପଠାଇଥିଲେ। ତେବେ ସେମାନେ ସମସ୍ତେ ସାମାନ୍ୟ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ବିପରୀତ ଦିଗରୁ ଆସୁଥିବା ଅଟୋଟି ସେଠାରୁ ଖସି ପଳାଇଥିଲା।
from Odisha Reporter https://ift.tt/32VIv9q
No comments:
Post a Comment