ଜୀବନ ଯୁଦ୍ଧରେ ହାରିଗଲେ ସୁଜିତ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 28, 2019

ଜୀବନ ଯୁଦ୍ଧରେ ହାରିଗଲେ ସୁଜିତ୍

ଚେନ୍ନାଇ: ବୋର୍‌ୱେଲ୍‌ରେ ପ୍ରାୟ ୮୦ ଘଣ୍ଟା ଧରି ଫସି ରହିଥିବା ତାମିଲନାଡୁର ୨ ବର୍ଷର ବାଳକ ସୁଜିତ୍‌ ୱିଲ୍‌ସନ୍‌ଙ୍କର ମୃତ୍ୟୁ ହୋଇଯାଇଛି। ତିରୁଚିରାପଲ୍ଲୀର ଏକ ଗାଁରେ ବୋର୍‌ୱେଲ୍‌ରେ ୯୦ ଫୁଟ୍ ତଳେ ଫସି ଥିବା ସୁଜିତ୍‌ଙ୍କୁ ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ଜୀବିତ ଉଦ୍ଧାର କରିବା ସମ୍ଭବ ହୋଇନାହିଁ। ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଯେତେବେଳେ ଉଦ୍ଧାର କରାଗଲା, ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ଗତକାଲି ନୁହେଁ, ବହୁ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। କାରଣ ମୃତଦେହ ବାହାରକୁ ଅଣାଯିବା ବେଳକୁ ଏଥିରୁ ଦୁର୍ଗନ୍ଧ ବାହାରୁଥିଲା। ସୂଚନାଯୋଗ୍ୟ, ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ସୁଜିତ୍ ଏହି ବୋରୱେଲ୍ ଭିତରେ ପଡ଼ିଯାଇଥିଲେ।

ସୁଜିତ୍‌ଙ୍କୁ ଉଦ୍ଧାର କରିବା ପାଇଁ ଏକ ୨୫ ଜଣିଆ ଉଦ୍ଧାରକାରୀ ଦଳ ସହିତ ଏନ୍‌ଡିଆର୍‌ଏଫ୍‌ର ଏକ ଟିମ୍ ମଧ୍ୟ ନିୟୋଜିତ ହୋଇଥିଲେ। ତାଙ୍କ ନିକଟକୁ ଅକ୍ସିଜେନ୍ ପଠାଯାଇଥିଲା। ଘଟଣାସ୍ଥଳକୁ ତାମିଲନାଡୁ ସରକାରଙ୍କ ଅନେକ ମନ୍ତ୍ରୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ଓ. ପନ୍ନୀରସେଲ୍‌ଭାମ୍ ମଧ୍ୟ ଯାଇଥିଲେ ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ହେଲେ ସବୁ ଚେଷ୍ଟା ବିଫଳ ହୋଇଥିଲା। ସୁଜିତ୍‌ଙ୍କ ପାଇଁ କେବଳ ତାମିଲନାଡୁବାସୀ ନୁହନ୍ତି, ସାରା ଦେଶ ପ୍ରାର୍ଥନା କରିଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ।

 



from Odisha Reporter https://ift.tt/36e10I2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages