କଟକ(ଓଡ଼ିଶା ରିପୋର୍ଟର): ଗତକାଲି ଦୀପାବଳି ଥିବା ବେଳେ ଆଜି ସକାଳେ ବାଣ ଗୋଦାମରେ ଚଢ଼ଉ କରିଛି ପୁଲିସ୍। କଟକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାରରେ ଏହି ଚଢ଼ଉ କରାଯାଇଛି। ରେଡ୍ ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଅଟକ ରଖିଛି।
ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାରରେ ବେଆଇନ ବାଣ ଗୋଦାମ ଚାଲିଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ପୁଲିସ୍ ଏହି ସବୁ ସ୍ଥାନରେ ଚଢ଼ଉ କରିଥିଲା। ଏହି ଚଢ଼ଉରେ ପୁଲିସ୍ଏ ସିପି ଓ ଆଇଆଇସି ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, କିଛି ଦିନ ତଳେ ଜଗତପୁର ଥାନାର ତ୍ରିଲୋଚନପୁର ଓ ମହାଜନପୁର ଗାଁରେ ପୁଲିସ ଚଢଉ କରି ୫୦ ଲକ୍ଷରୁ ଅଧିକ ଟଙ୍କାର ବାଣ, ବିସ୍ଫୋରକ, ଲୁହା ଗୁଣ୍ଡ, ବାରୁଦ ଆଦି ଜବତ କରିଥିଲା। ଏହି ଘଟଣାରେ ୧୨ ଜଣଙ୍କୁ ଅଟକ ରଖିଥିଲା।
from Odisha Reporter https://ift.tt/2Wfz3uV
No comments:
Post a Comment