ତେଜରାତି ଦୋକାନୀଙ୍କ ଉପରକୁ ଗୁଳିମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 25, 2019

ତେଜରାତି ଦୋକାନୀଙ୍କ ଉପରକୁ ଗୁଳିମାଡ଼

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ଜଣେ ତେଜରାତି ଦୋକାନୀଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ତାଙ୍କ ନାଁ ସୁଶାନ୍ତ ପାତ୍ର। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ନାଁ  ସଞ୍ଜୟ ବାରିକ।

ସୂଚନାଅନୁସାରେ, ସିଙ୍ଗିପୁର ଗାଁରେ ସୁଶାନ୍ତଙ୍କ ଏକ ତେଜରାତି ଦୋକାନ ରହିଛି। ତେବେ ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ସୁଶାନ୍ତ ଦୋକାନରେ ନଥିଲେ। ତାଙ୍କ ପୁଅ ଓ ସ୍ତ୍ରୀ  ଦୋକାନରେ ବସିଥିଲେ। ଏହି ସମୟରେ ସଞ୍ଜୟ ଦୋକାନକୁ ଆସି ଗୁଟଖା ମାଗିଥିଲେ। ତେବେ ସୁଶାନ୍ତଙ୍କ ପୁଅ ଓ ତାଙ୍କ ସ୍ତ୍ରୀ ବାକି ଦେବାକୁ ମନା କରିଥିଲେ। ଏହାପରେ ଦୋକାନ ଆଗରେ ସଞ୍ଜୟ ପାଟିତୁଣ୍ଡ କରୁଥିବା ବେଳେ ସୁଶାନ୍ତ ମଧ୍ୟ ସେଠାକୁ ଆସି ବାକି ଦେବାକୁ  ମନା କରି ଦେଇଥିଲେ।  ଏଥିରେ ଉତ୍‌କ୍ଷିପ୍ତ ହୋଇ  ସଞ୍ଜୟ  ଘରକୁ ଯାଇ ଏକ ମାଉଜର ଆଣିଥିଲା। ସଞ୍ଜୟ ମାଉଜର ଆଣିଥିବା ଦେଖି ସୁଶାନ୍ତ ଭୟରେ ଘର ଭିତରକୁ ଯାଉଥିବା ବେଳେ ପଛପଟୁ ଗୁଳିମାଡ଼ କରିଥିଲା। ଗୁଳିଟି ସୁଶାନ୍ତଙ୍କ ଅଣ୍ଟାରେ ବାଜି ବାହାରିଯାଇଥିଲା। ଗୁଳିମାଡ଼ ପରେ ସଞ୍ଜୟ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ସୁଶାନ୍ତଙ୍କୁ ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 



from Odisha Reporter https://ift.tt/2PiUtWE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages