ନୂଆଦିଲ୍ଲୀ: ଫ୍ରାନ୍ସରୁ ଲଢ଼ୁଆ ରାଫେଲ୍ ବିମାନ ଗ୍ରହଣ କରି ଗତକାଲି ବିଳମ୍ୱିତ ରାତିରେ ସ୍ୱଦେଶ ଫେରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ରାଫେଲ୍ ବିମାନ ଗ୍ରହଣ କରିବା ବେଳେ ‘ଶସ୍ତ୍ର ପୂଜା’କୁ ନେଇ ସମାଲୋଚକଙ୍କୁ ଜବାବ ଦେଇଛନ୍ତି ରାଜନାଥ ସିଂହ। ସେ କହିଛନ୍ତି ପୂଜା ପଦ୍ଧତି ଉପରେ ପ୍ରଶ୍ନବାଚୀ ଉଠାଇବା ଠିକ୍ ନୁହଁ। ଏହା ଆମର ବିଶ୍ୱାସ। ଏହି ‘ଶସ୍ତ୍ର ପୂଜା’କୁ ନେଇ କଂଗ୍ରେସରେ ମଧ୍ୟ ମତ ପାର୍ଥକ୍ୟ ରହିଛି ବୋଲି ସେ କହିଛନ୍ତି।
Rajnath Singh on Shastra Puja in France: I did what I thought was appropriate. This is our faith, that there is a super power&I have believed it since childhood. I feel there must have been division over the issue in Congress too,it must not have been everybody's opinion. #Rafale https://t.co/VBpgsawKaA pic.twitter.com/Ot8hQfty5w
— ANI (@ANI) October 10, 2019
ସୂଚନାଯୋଗ୍ୟ, ରାଫେଲ୍ ବିମାନ ଗ୍ରହଣ କରିବା ବେଳେ ‘ଶସ୍ତ୍ର ପୂଜା’ ସାଙ୍ଗକୁ ବିମାନରେ ଓଁ ଲେଖିବା ସହିତ ଚକ ତଳେ ଲେମ୍ୱୁ ରଖିଥିଲେ ରାଜନାଥ ସିଂହ। ଏହାପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ ବିରୋଧ କରିଥିଲେ। ଏମିତିକି କଂଗ୍ରେସ ସରକାର ବେଳେ ବୋଫର୍ସ ଅସ୍ତ୍ର ଆସିଥିବାବେଳେ ଏଭଳି ଲୋକଦେଖାଣିଆ କାମ କରାଯାଇନଥିଲା ବୋଲି ସେ କହିଥିଲେ।
ଶାସକ ଦଳ ବିଜେପିର ଅଧ୍ୟକ୍ଷ ଅମିତ ଶାହ ଖଡ଼ଗେଙ୍କ ଏହି ମନ୍ତବ୍ୟର ଜବାବ ଦେଇଥିଲେ। ହେଲେ ଖଡ଼ଗେଙ୍କୁ ତାଙ୍କ ସହଯୋଗୀ ତଥା ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ନିରୂପମ ହିଁ ସମାଲୋଚନା କରିଥିଲେ। ସେ କହିଥିଲେ ‘ଶସ୍ତ୍ର ପୂଜା’ ଅନ୍ଧବିଶ୍ୱାସ ନୁହଁ। ଏହା ଆମ ପରମ୍ପରାର ପ୍ରତୀକ। ଖଡ଼ଗେ ନାସ୍ତିକ ତେଣୁ ସେ ଏଭଳି ନାଟକ କରୁଛନ୍ତି। ଏଭଳି ଚିନ୍ତାଧାରା କଂଗ୍ରେସର ନୁହେଁ ବୋଲି ସଞ୍ଜୟ କହିଥିଲେ।
from Odisha Reporter https://ift.tt/2OC9KS3
No comments:
Post a Comment