ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ, ସୁନା ଭାଗବାନ ବିଷ୍ଣୁଙ୍କର ବହୁତ ପ୍ରିୟ। କୁହାଯାଏ, ଭକ୍ତ ସୁନା ଗହଣା ଧାରଣ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥା’ନ୍ତି। କିନ୍ତୁ ବିଧି ଅନୁଯାୟୀ, ସୁନା ଗହଣା ଶରୀରର ନାଭି ତଳକୁ ଧାରଣ କରିବା ଉଚିତ୍ ନୁହେଁ। ଏମିତି କଲେ ଭଗବାନ ବିଷ୍ଣୁ ଅପମାନିତ ହୁଅନ୍ତି ବୋଲି ବିଶ୍ୱାସ ରହିଛି।
ଏ ସମ୍ପର୍କରେ ଆଉ ଏକ ବିଶ୍ୱାସ ବି ରହିଛି। ହଳଦିଆ ରଙ୍ଗ ମା’ ଲକ୍ଷ୍ମୀଙ୍କର ଖୁବ୍ ପ୍ରିୟ। ସୁନାର ରଙ୍ଗ ହଳଦିଆ ହୋଇଥିବାରୁ ଏହା ମଧ୍ୟ ମା’ ଲକ୍ଷ୍ମୀଙ୍କର ପ୍ରିୟ। ପୁଣି ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ କୃପାରୁ ମଣିଷ ଜୀବନରେ ଧନ ପ୍ରାପ୍ତି ହେଉଥିବାର ବିଶ୍ୱାସ ରହିଛି। ତେଣୁ ମା’ ଲକ୍ଷ୍ମୀଙ୍କ ସମ୍ମାନାର୍ଥେ ସୁନା ଗହଣା ନାଭି ତଳକୁ ବା ପାଦରେ ପିନ୍ଧିବା କଥା ନୁହେଁ।
ଏହା ସହ ଏପରି ବି କୁହାଯାଏ, ପାଦରେ ଚାନ୍ଦିର ଗହଣା ପିନ୍ଧିବା ଭଲ। ଏହା ଶୁଭ ହୋଇଥାଏ। ତା’ ସହିତ ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ଆଉ ଏହି ଶୀତଳତା ମହିଳାଙ୍କୁ ମାନସିକ ଶାନ୍ତି ଦେବାରେ ସହାୟକ ହୋଇଥାଏ। ପାଦରେ ଚାନ୍ଦିର ଗହଣା ଅବା ପାଉଁଜି ପିନ୍ଧିଲେ, କଥା କଥାରେ ଆସୁଥିବା କ୍ରୋଧ ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ।
from Odisha Reporter https://ift.tt/2VvDiCp
No comments:
Post a Comment