ବିମାନ ବନ୍ଦରରେ ସନ୍ଦିଗ୍ଧ ବ୍ୟାଗ୍, ଆରଡିଏକ୍ସ ଥିବା ନେଇ ଆଶଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 31, 2019

ବିମାନ ବନ୍ଦରରେ ସନ୍ଦିଗ୍ଧ ବ୍ୟାଗ୍, ଆରଡିଏକ୍ସ ଥିବା ନେଇ ଆଶଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ସନ୍ଦିଗ୍ଧ ବ୍ୟାଗ ଉଦ୍ଧାର ହୋଇଛି। ଟର୍ମିନାଲ ୩ ନିକଟରେ ଆଜି ଏହି ସନ୍ଦିଗ୍ଧ ବ୍ୟାଗ ଦେଖିବାକୁ ମିଳିଛି। ଏହି ବ୍ୟାଗରେ ଆରଡିଏକ୍ସ ବୋମା ଥିବା ନେଇ ସନ୍ଦେହ କରାଯାଉଛି। ଏହାପରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢ଼ାଇ ଦିଆଯାଇଛି। ବିମାନବନ୍ଦରେ ଉପସ୍ଥିତ ଥିବା ଯାତ୍ରୀ ବୋମା ଥିବା ନେଇ ଜାଣିବା ପରେ ବ୍ୟତିବସ୍ତ ହୋଇ ପଡ଼ିଥିଲେ। ଏମିତିକି କିଛି ଯାତ୍ରୀ ଦୌଡିବା ଆରମ୍ଭ କରିଥିଲେ। ହେଲେ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି।

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ସିଆଇଏସଏଫ) କହିଛି ଯେ, ‘ବ୍ୟାଗରେ ଆରଡିଏକ୍ସ ଥିବା ନେଇ ସନ୍ଦେହ କରାଯାଉଛି, ସ୍ପଷ୍ଟ ହୋଇନାହିଁ। ଆଜି ରାତି ୧୨ଟା ୫୫ ବେଳେ ଏହି ବ୍ୟାଗ ଉଦ୍ଧାର ହୋଇଛି। ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଯାଞ୍ଚ ପ୍ରକ୍ରିୟା ବଢ଼ାଇ ଦିଆଯାଇଛି’।

ଦିଲ୍ଲୀ ପୁଲିସ୍ ଏହି ପ୍ରସଙ୍ଗରେ କହିଛି, ‘ଆଜି ଭୋର ୩ଟା ସମୟରେ ଜଣେ ସନ୍ଦିଗ୍ଧକୁ ପୁଲିସ ଦେଖିଥିଲା। ଏହାପରେ ସଙ୍ଗେସଙ୍ଗେ ଉକ୍ତ ସନ୍ଦିଗ୍ଧକୁ ଦିଲ୍ଲୀ ପୁଲିସ୍ ଅଟକ ରଖିଛି। ତା ପାଖରେ ଥିବା ସମସ୍ତ ଜିନିଷକୁ ମଧ୍ୟ ତଦନ୍ତ କରାଯାଉଛି’।



from Odisha Reporter https://ift.tt/2Wu4xO8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages