ଏଲିଙ୍କୁ କାହିଁକି ଫିଲ୍ମ ମିଳୁନି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 31, 2019

ଏଲିଙ୍କୁ କାହିଁକି ଫିଲ୍ମ ମିଳୁନି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋର ଗୋଟେ ଖରାପ ଗୁଣ ହେଉଛି- ମୁଁ କାହାକୁ ମିଛ କହିପାରେନି। କାହାକୁ ମିଛ ତାରିଫ୍‌ ବି କରିପାରେନି କି ଘଣ୍ଟା ଘଣ୍ଟା ଧରି ଫୋନ୍‌ରେ ଗପି ପାରେନି। ଫିଲ୍ମ ମିଳିବା ପାଇଁ ଏମିତି କିଛି କରିବାକୁ ହୁଏ।” ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍ ଶୋ’ ‘ରେଡିଓ ଟାଇମ୍ ୱିଥ୍ ଅନନ୍ୟା’ରେ ଯୋଗ ଦେଇ ଥରେ ଅଭିନେତ୍ରୀ ଏଲି ପାଢ଼ୀ ଏ କଥା କହିଥିଲେ। ଶୋ’ର ହୋଷ୍ଟ ତାଙ୍କୁ କାହିଁକି ଫିଲ୍ମ କରୁ ନାହାନ୍ତି ବୋଲି ପଚାରିବା ପରେ ସେ ଏହି ଉତ୍ତର ଦେଇଥିଲେ।

ସେ କହିଥିଲେ, “ମୁଁ ବେଳେବେଳେ ଅନୁଭବ କରେ ଯେ କେବଳ ଦକ୍ଷତା ଥିଲେ ଫିଲ୍ମ ଅଫର୍‌ ଆସେନି। ଫିଲ୍ମ ପାଇଁ ଲବି ବି କରିବାକୁ ହୁଏ। କିନ୍ତୁ ମୋ ଦ୍ୱାରା ସେସବୁ ହୁଏନି।”

ଏଲି ଆହୁରି କହିଥିଲେ, “ସମସ୍ତେ ଅଭିଯୋଗ କରନ୍ତି ଯେ ମୁଁ ଭଲ ପବ୍ଲିକ୍‌ ରିଲେସନ୍‌ ମେଣ୍ଟେନ୍‌ କରିପାରେନି। କାରଣ ମୁଁ ବିଶ୍ୱାସ କରେ ଯେ ଯଦି ମୋର ଦକ୍ଷତା ଥିବ, ତା’ହେଲେ ମୋତେ ଫିଲ୍ମ ମିଳିବ, ନହେଲେ ନାହିଁ। ମୁଁ ଯେତିକି ଫିଲ୍ମ କରିଛି ସେତିକିରେ ଖୁସି ଅଛି। ମୋ ଅଭିନୀତ ଫିଲ୍ମରେ ହିରୋଇନ୍‌ର ଗୁରୁତ୍ୱ ଥାଏ। ମତେ ଯେଉଁ ଫିଲ୍ମ ସବୁ ମିଳେ ମୁଁ ସେଥିରେ ଅଭିନୟ କରିବାକୁ ସ୍କୋପ୍‌ ମିଳୁଛି କି ନାହିଁ ଦେଖେ।”

ସୂଚନାଯୋଗ୍ୟ,  ‘ତାଜା ଖବର’ ଓ ‘ଷୋହଳ ପୂରି ସତର ହେବ’ ଆଦି ଆଲବମ୍‌ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଏଲି ‘ଫିଅର ଅଫ୍‌ ଦ ଇୟର’ ସିନେମାରେ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ। ଏଥିସହ ‘ତୁଳସୀ’, ‘ସିନ୍ଦୂର’, ‘ଅପା’, ‘ବଧୂ’, ‘ଅବୁଝା ମନ’, ‘ଟୁପୁର୍‌ ଟାପର’ ସିରିଏଲ୍‌ରେ ମଧ୍ୟ ତାଙ୍କ ଅଭିନୟର ଝଲକ୍‌ ଦେଖିବାକୁ ମିଳିଥିଲା। ଏହାଛଡ଼ା ଏଲି ଅନେକ ଟିଭି ଶୋ’ର ଉପସ୍ଥାପିକା ଭାବେ ମଧ୍ୟ କାମ କରିଛନ୍ତି।



from Odisha Reporter https://ift.tt/324AxcH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages