‘ଓଲିଉଡ୍‌ରେ ଦକ୍ଷତା ଚିହ୍ନି ପାରୁଥିବା ଲୋକ କମ୍‌ ଅଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 24, 2019

‘ଓଲିଉଡ୍‌ରେ ଦକ୍ଷତା ଚିହ୍ନି ପାରୁଥିବା ଲୋକ କମ୍‌ ଅଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଓଲିଉଡ୍‌ରେ ଦକ୍ଷତାକୁ ଚିହ୍ନିବା ଲୋକ କମ୍‌ ଅଛନ୍ତି’। ତରଙ୍ଗ ମ୍ୟୁଜିକ୍‌ର ’ସିକ୍ରେଟ୍ ଷ୍ଟୋରିଜ୍‌ ଅଫ୍‌ ସେଲେବ୍ରିଟି’ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିନେତ୍ରୀ ସୂର୍ଯ୍ୟମୟୀ ଏ କଥା କହିଛନ୍ତି। ତାଙ୍କୁ କାହିଁକି କମ୍ ଫିଲ୍ମ ମିଳୁଛି ବୋଲି ପଚରାଯିବାରେ ସେ ଏ କଥା କହିଥିଲେ।

ସୂର୍ଯ୍ୟମୟୀ କହିଥିଲେ, ଓଲିଉଡ୍‌ରେ ଫିଲ୍ମ କମ୍ ହେଉ ନାହିଁ। ତେବେ ଏଠି ଟ୍ୟାଲେଣ୍ଟକୁ ଚିହ୍ନିପାରୁଥିବା ଲୋକଙ୍କ ସଂଖ୍ୟା କମ୍‌ ଅଛି।

ସେ ଆହୁରି କହିଥିଲେ, “ମୋତେ ଓଲିଉଡ୍‌ରେ ବହୁତ କାମ କରିବାର ଅଛି। ମୁଁ ଏବେ ବି ଏଠି ସଂଘର୍ଷ କରୁଛି। ଲୋକମାନେ ମୋତେ କହନ୍ତି, ମୁଁ ହିରୋ ବାଛିବାରେ ଭୁଲ୍‌ କରୁଛି। ମୁଁ କିଛି ନୂଆ ହିରୋଙ୍କ ସହ କାମ କରିଛି। ସେଥିପାଇଁ ସେମାନେ ଏମିତି କହିଥାଇପାରନ୍ତି। କିନ୍ତୁ ମୋତେ ଲାଗୁନି ଯେ କେବଳ ଲୋକପ୍ରିୟ ଅଭିନେତାଙ୍କୁ ଫିଲ୍ମରେ ରଖିଲେ, ତାହା ସୁପର୍‌ହିଟ୍‌ ହେବ। ତେଣୁ ମୁଁ ଫିଲ୍ମ ବାଛିବା ସମୟରେ କାହାଣୀ ଏବଂ ନିର୍ଦ୍ଦେଶକଙ୍କୁ ଅଧିକ ପ୍ରାଧାନ୍ୟ ଦେଇଥାଏ।”

ସୂଚନା ଅନୁଯାୟୀ, ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହୋଇଥିବା ଫିଲ୍ମ ‘ମିଷ୍ଟର ମଜ୍‌ନୁ’ରେ ସୂର୍ଯ୍ୟମୟୀ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଥିଲେ ବାବୁସାନ୍‌। ଏଇ ଦଶହରାରେ ଫିଲ୍ମଟି ରିଲିଜ୍ ହୋଇଥିଲା।



from Odisha Reporter https://ift.tt/2MIMYGP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages