୬ ସ୍ୱାଧୀନ ବିଜୟୀ ପ୍ରାର୍ଥୀଙ୍କୁ ରାତିରେ ଦିଲ୍ଲୀ ଆଣିଲା ବିଜେପି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 24, 2019

୬ ସ୍ୱାଧୀନ ବିଜୟୀ ପ୍ରାର୍ଥୀଙ୍କୁ ରାତିରେ ଦିଲ୍ଲୀ ଆଣିଲା ବିଜେପି!

  • ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର
  • ବିଜେପି ନେତୃତ୍ୱଙ୍କୁ ମନୋହର ଦେଖାଇବେ ସରକାର ଗଢ଼ିବାର ଫର୍ମୁଲା

ନୂଆଦିଲ୍ଲୀ: ହରିଆଣାରେ ସରକାର ଗଢ଼ିବା ନେଇ ବିଜେପିକୁ ୬ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଗତକାଲି ରାତିରେ ବିଜେପି ସାଂସଦ ସୁନୀତା ଦୁଗ୍ଗଲ ୬ ସ୍ୱାଧୀନ ବିଜୟୀ ରାର୍ଥୀଙ୍କୁ ଏକ ଚାଟାର୍ଡ ବିମାନ ଯୋଗେ ଦିଲ୍ଲୀ ଆଣିଥିବା ସୂଚନା ରହିଛି। ତେଣୁ ବିଜେପି ପାଖରେ ସରକାର ଗଢ଼ିବା ପାଇଁ ଔପଚାରିକ ଭାବରେ ଆବଶ୍ୟକ ବିଧାୟକଙ୍କ ସମର୍ଥନ ମିଳିଯାଇଛି। ସ୍ଥିର ସରକାର ଦେବା ପାଇଁ ଜେଜେପିର ୧୦ ବିଜୟୀ ବିଧାୟକଙ୍କ ସହ ବିଜେପି ନେତା ଆଲୋଚନା କରୁଥିବା ସୂଚନା ରହିଛି।

ଅନ୍ୟପଟେ ଆଜି ସକାଳେ ହରିଆଣାରୁ ଦିଲ୍ଲୀ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ଏବଂ ହରିଆଣା ପ୍ରଭାରୀ ଅନୀଲ ଜୈନଙ୍କୁ ଭେଟିବେ ମନୋହର ଲାଲ ଖଟ୍ଟର। ଏହି ଭେଟଘାଟ ବେଳେ ସରକାର ଗଢ଼ିବାର ରଣନୀତି ଦେଖାଇବେ ଖଟ୍ଟର।

ସୂଚନାଯୋଗ୍ୟ, ହରିଆଣାରେ ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ଆସନ, କଂଗ୍ରେସ ୩୧ ଏବଂ ଅନ୍ୟାନ୍ୟ ଦଳ ୧୯ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୪୬ଟି ଆସନର ଆବଶ୍ୟକ ରହିଛି। ୬ ସ୍ୱାଧୀନ ବିଜୟୀ ବିଧାୟକ ପ୍ରାର୍ଥୀ ବିଜେପି ନେତାଙ୍କୁ ସମର୍ଥନ କରିବେ ବୋଲି ସୂଚନା ରହିଛି।



from Odisha Reporter https://ift.tt/2PjhXuW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages