ଯାଜପୁର (ଗୁଲାମ ଗସ୍): ଯାଜପୁର ସଦର ଥାନା ଖରସ୍ରୋତା ନଦୀର ରାଜଘାଟ ନିକଟରୁ ଏକ କୁମ୍ଭୀରକୁ ଉଦ୍ଧାର କରଯାଇଛି। କୁମ୍ଭୀରଟିର ଲମ୍ୱ ପ୍ରାୟ ୩ ଫୁଟ୍ ହେବ।
ମାଛ ଧରିବା ପାଇଁ ସ୍ଥାନୀୟ ଲୋକେ ଗତକାଲି ନଦୀରେ ବନିଶୀ ଲଗାଇଥିଲେ। ଆଜି ସକାଳେ ବନିଶୀରେ ଏକ ବଡ଼ ମାଛ ଲାଗିଥିବା ଭାବି ଲୋକେ ତାକୁ ଟାଣିଥିଲେ। ଦେଖିଲା ବେଳକୁ ସେଥିରେ ଏକ କୁମ୍ଭୀର ପଡ଼ିଥିଲା। କୁମ୍ଭୀର ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମି ଥିଲା।
ଖବର ପାଇଁ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ନଦୀରୁ କୁମ୍ଭୀର ବାହାରିବା ପରେ ଏହା ପାଖାପାଖି ରହୁଥିବା ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ବନ୍ୟା ପାଣିରେ କେଉଁ ଆଡୁ କୁମ୍ଭୀରଟି ପଳାଇ ଆସିଥିବା ବନବିଭାଗ କର୍ମଚାରୀମାନେ ଅନୁମାନ କରିଛନ୍ତି।
from Odisha Reporter https://ift.tt/2P0m4vF
No comments:
Post a Comment