ଇସଲାମାବାଦ: ପାକିସ୍ତାନରୁ ୫ ଦିନିଆ ଗସ୍ତ ସାରି ସ୍ୱଦେଶ ଫେରିବା ବେଳେ ଆକାଶମାର୍ଗରେ ହଇରାଣ ହୋଇଛନ୍ତି ବ୍ରିଟେନ ରାଜକୁମାର ଦମ୍ପତ୍ତି। ଏମିତିକୁ ସୁରକ୍ଷା ଯୋଗାଇଦେବାକୁ ଯାଇ ଅନେକ ଚ୍ୟାଲେଞ୍ଜର ସାମ୍ନା କରିଛନ୍ତି ବ୍ରିଟେନ ସୁରକ୍ଷା ଅଧିକାରୀ। ଶୁକ୍ରବାର ଏହି ଘଟଣା ଘଟିଥିବା ଜଣାପଡ଼ିଛି।
Those big flashes are the RAF Voyager, carrying William, Kate and travelling media, going through lighting – two aborted landings at Islamabad due to the storm and we’re back in Lahore @PA pic.twitter.com/6q45Em3E53
— Emma Louise Bowden (@emmabowds) October 17, 2019
ବ୍ରିଟେନର ରାଜକୁମାର ପ୍ରିନ୍ସ ଓ୍ୱିଲିଅମ ଏବଂ ତାଙ୍କ ସ୍ତ୍ରୀ କେଟ ମିଡ୍ଡେଲଟନ ଶୁକ୍ରବାର ୫ ଦିନିଆ ଗସ୍ତ ସାରି ରୟାଲ ଏୟାରଫୋର୍ସର ବିମାନ ଯୋଗେ ସ୍ୱଦେଶ ଫେରୁଥିଲେ। ଏଥିପାଇଁ ସେମାନେ ପ୍ରଥମେ ଲାହୋରରୁ ଇସଲାମାବାଦ ଆସୁଥିଲେ। ହଠାତ୍ ଏହି ସମୟରେ ପାଣିପାଗ ଖରାପ ହେବାରୁ ଏକ ଝଡ଼ ତୋଫାନର ସାମ୍ନା କରିଥିଲା ତାଙ୍କ ବିମାନ। ପାଇଲଟ ବିମାନକୁ ହଠାତ ତଳକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରାରମ୍ଭିକ ଭାବରେ ସକ୍ଷମ ହୋଇନଥିଲେ। ତେବେ ଅନେକ ଚେଷ୍ଟା କରିବା ପରେ ଇସଲାମାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଜକୁମାରଙ୍କ ବିମାନଟି ଅବତରଣ କରିଥିଲା। ଏହାପରେ ପାଗରେ ପରିବର୍ତ୍ତନ ପରେ ବିମାନଟି ବ୍ରିଟେନ ଅଭିମୁଖେ ଯାତ୍ରା କରିଛି।
from Odisha Reporter https://ift.tt/33NnTQS
No comments:
Post a Comment