କରଞ୍ଜିଆ(ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର କରଞ୍ଜିଆ ଓ ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଦୁଇ ଦୁଇଟି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଉଭୟ କ୍ଷେତ୍ରରେ ନାବାଳିକାଦ୍ୱୟ ପଡୋଶୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗୋଟିଏ ଘଟଣାରେ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ଅନ୍ୟ ଘଟଣାରେ ଅଭିଯୁକ୍ତକୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି।
ପୂରା ଘଟଣା ଏହିପରି। ଠାକୁରମୁଣ୍ଡା ଥାନା ଅଧୀନ ଏକ ଗାଁରେ ଜଣେ ନାବାଳିକାକୁ ପଡ଼ୋଶୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ବାପା-ମା’ ମଙ୍ଗଳବାର ସନ୍ଧ୍ୟାରେ ଗାଈ ଖୋଜିବାକୁ ଯାଇଥିଲେ। ପୀଡ଼ିତା ଘରେ ପାଠ ପଢ଼ୁଥିବା ବେଳେ ଘରେ କେହି ନଥିବା ସୁଯୋଗ ନେଇ ପଡ଼ୋଶୀ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକା ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ଏହାପରେ ଗତକାଲି ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଏହି ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି।
ସେହିପରି କରଞ୍ଜିଆ ଥାନା ଅନ୍ତର୍ଗତ ଅଙ୍କୁରା ଗାଁରେ ମଧ୍ୟ ଜଣେ ନାବାଳିକା ଛାତ୍ରୀଙ୍କୁ ପଡୋଶୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପ୍ରାୟ ୫-୬ ତଳେ ନାବାଳିକା ପଡ଼ୋଶୀ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ ମଧ୍ୟ ଲୋକ ଲଜ୍ଜା ଓ ପରିବାର ଲୋକଙ୍କ ଭୟରେ କିଛି କହି ନଥିଲେ। ତେବେ ଗତକାଲି ନାବାଳିକାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ପୂରା ଘଟଣା ପଦାକୁ ଆସିଥିଲା। ଏନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ ପରେ କରଞ୍ଜିଆ ପୁଲିସ୍ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖିଛି। ଉଭୟ ଘଟଣାରେ ପୁଲିସ୍ର ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter https://ift.tt/2r1kmAl
No comments:
Post a Comment