ନବରଙ୍ଗପୁର(ନବଘନ ବିଷୋୟୀ): ଶ୍ରେଣୀ ଶିକ୍ଷକ କହିପାରିଲେନି ଛାତ୍ରଛାତ୍ରୀଙ୍କ ନାଁ, ବିଗିଡିଗଲେ ମନ୍ତ୍ରୀ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ।
ଗତକାଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶିକ୍ଷକମାନଙ୍କ ସମୀକ୍ଷା ବୈଠକରେ ଯୋଗ ଦେବାକୁ ନବରଙ୍ଗପୁର ଗସ୍ତରେ ଯାଇଥିଲେ। ହେଲେ ଅଚାନକ ତାରାଗାଁସ୍ଥିତ ନୋଡାଲ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗସ୍ତ କରିଥିଲେ। ସେଠାରେ ବିଭିନ୍ନ ଅବ୍ୟବସ୍ଥା ଦେଖି ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ।
ମନ୍ତ୍ରୀ ପ୍ରଥମେ ନବମ ଶ୍ରେଣୀର କକ୍ଷରେ ପ୍ରବେଶ କରି ପାଠ୍ୟ ପୁସ୍ତକ ଉପରେ ପ୍ରଶ୍ନ କରିଥିଲେ। ପାଠ ପଢାଉ ଥିବା ଶ୍ରେଣୀ ଶିକ୍ଷୟତ୍ରୀଙ୍କୁ ଶେଷ ଧାଡିରେ ବସିଥିବା ତିନି ଛାତ୍ରୀଙ୍କ ନାମ କହିବାକୁ କହିଥିଲେ। ସମ୍ପୃକ୍ତ ଶିକ୍ଷୟତ୍ରୀ ଛାତ୍ରୀଙ୍କ ନାଁ କହିପାରିନଥିଲେ। ଏହାକୁ ନେଇ ମନ୍ତ୍ରୀ ତାଙ୍କୁ ତାଗିତ କରିଥିଲେ। ବିଜ୍ଞାନ ପାଠପଢା ଚାଲିଥିଲା ବେଳେ ପିଲାମାନଙ୍କୁ ହୋମ ୱାର୍କ ଖାତା ଦେଖାଇବାକୁ କହିଥିଲେ। ପ୍ରାୟ ୯୦ ପ୍ରତିଶତ ପ୍ରତିଶତ ପିଲା ଖାତା ଆଣି ନ ଥିବା ବେଳେ ହୋମ ଓ୍ୱାର୍କ ଖାତା ଯାଞ୍ଚ ହେଉନଥିବାରୁ ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ।
ପିଲାଙ୍କ ହୋମ ଓ୍ୱାର୍କ ଯାଞ୍ଚ ହେଉନଥିବାରୁ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ।
from Odisha Reporter https://ift.tt/331z0pj
No comments:
Post a Comment