ଭାଇ କାଟି ଦେଲା ତଣ୍ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 26, 2019

ଭାଇ କାଟି ଦେଲା ତଣ୍ଟି

ଛତ୍ରପୁର (ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମାଳିଝୋଳା ମନ୍ଦିର ନିକଟରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକ ତା’ ଦାଦା ପୁଅ ଭାଇର ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ନିଲୁ ପାତ୍ର। ତାଙ୍କୁ ମାତ୍ର ୧୫ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି। ପୁଲିସ୍‌ ଅଭିଯୁକ୍ତ ବିନୋଦ ପାତ୍ରକୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ନିଲୁଙ୍କ ମୃତଦେହ ମନ୍ଦିର ପାଖରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ବିନୋଦର ହାତ ଅଙ୍ଗୁଳି କଟିଯାଇଥିବାରୁ ନିଲୁଙ୍କୁ ସେ ହତ୍ୟା କରିଥିବା ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ଏହାପରେ ବିନୋଦଙ୍କୁ ତାଙ୍କ ବାପା ପୁଲିସ୍ ହେପାଜତରେ ଦେଇଥିଲେ।

ନିଲୁଙ୍କ ବାପାମା’ ନଥିବାରୁ ସେ ତାଙ୍କ ବଡ଼ବାପାଙ୍କ ଘରେ ରହୁଥିଲେ। ତେବେ ବିନୋଦ କାହିଁକି ନିଲୁଙ୍କୁ ହତ୍ୟା କଲା, ତାହା ଅସ୍ପଷ୍ଟ ରହିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/3450R8c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages