- ତେଜ ବାହାଦୁର କହିଲେ ଜେଜେପି ବିଜେପିର ଝିଅ
- ‘ପୂର୍ବରୁ ମୋର ସନ୍ଦେହ ଥିଲା’
- ବିଜେପି ସହ ଜେଜେପିର ମେଣ୍ଟକୁ ଗ୍ରହଣ କରିପାରିଲେନି ଏହି ପୂର୍ବତନ ବିଏସଏଫ ଯବାନ
ଚଣ୍ଡିଗଡ଼: ସ୍ୱାଭିମାନକୁ ବାଧିବାରୁ ଜନନାୟକ ଜନତା ପାର୍ଟିରୁ ଇସ୍ତଫା ଦେଲେ ତେଜ୍ ବାହାଦୁର। କରନାଲ ବିଧାନସଭା ଆସନରୁ ସେ ଜେଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ ପ୍ରାର୍ଥୀ ହୋଇ ବାହାଦୁର ଶୋଚନୀୟ ପରାଜୟ ହୋଇଥିଲେ।
ହରିଆଣାରେ ନିର୍ବାଚନ ଫଳାଫଳ ଝୁଲା ରହିଛି। ଏଭଳି ସ୍ଥିତିରେ ଜେଜେପି ବିଜେପି ସହ ମେଣ୍ଟ କରି ସରକାରରେ ସାମିଲ ହେବ ବୋଲି ଘୋଷଣା ସରିଛି। ଯାହାକୁ ଗ୍ରହଣ କରିପାରିନାହାନ୍ତି ତେଜ ବାହାଦୁର। ଏହାପରେ ଏକ ଭିଡିଓ ଜାରି କରି ବିଏସଏସଫର ଏହି ପୂର୍ବତନ ଯବାନ ଜେଜେପି ବିରୋଧରେ ଜୋରଦାର ବର୍ଷିଛନ୍ତି।
ସେ କହିଛନ୍ତି ଦୁଷ୍ୟନ୍ତ ବିଜେପି ସହ ମେଣ୍ଟ କରିବା ବଦଳରେ ବିରୋଧୀ ଆସନରେ ବସିବାର ଥିଲା। ବିଜେପି ସ୍ୱାଧୀନ ବିଧାୟକଙ୍କୁ ନେଇ ସରକାର ଗଢ଼ିବାକୁ ଯାଉଥିଲା। ଏଭଳି ସ୍ଥିତିରେ ବିଜେପିକୁ ସହଯୋଗ କରିବା ବଦଳରେ ବରୋଧୀ ଆସନରେ ବସିବା ଠିକ୍ ହୋଇଥାନ୍ତା। ହେଲେ ଜେଜେପି ଯେଉଁ ନିଷ୍ପତ୍ତି ନେଇଛି ତାହା ହରିଆଣାବାସୀଙ୍କ ସହ ଧୋକ୍କା ବୋଲି ତେଜ ବାହାଦୁର କହିଛନ୍ତି।
ବିଏସଏଫରୁ ବହିଷ୍କୃତ ହୋଇଥିବା ତେଜ ବାହାଦୁର ଆହୁରି କହିଛନ୍ତି ଯିଏ ବିଜେପି, ସିଏ ଜେଜେପି। ବିଜେପିର ଝିଅ ଜେଜେପି। ଏବେ ହରିଆଣାବାସୀ ସବୁ ଭିତିରିଆ ଡିଲ୍ ଜାଣିଲେ ବୋଲି କହିଛନ୍ତି। ପୂର୍ବରୁ ଏ ବାବଦରେ ସନ୍ଦେହ ପ୍ରକାଶ କରୁଥିଲେ ବୋଲି ତେଜ ବାହାଦୂର କହିଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରଣାସୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ସମାଜବାଦୀ ପାର୍ଟିରୁ ସେ ନାମାଙ୍କନ ଭରିଥିଲେ। ହେଲେ ନିର୍ବାଚନ ଅଧିକାରୀ ତାଙ୍କ ନାମାଙ୍କନ ପତ୍ର ଖାରଜ କରି ଦେଇଥିଲେ। ଏହାପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ବିଏସଏଫରେ ଥିବା ବେଳେ ତେଜ ବାହାଦୁର ଖରାପ ଖାଇବା ଦିଆଯାଉଥିବାର ଏକ ଭିଡିଓ ଜାରି କରି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ବିଏସଏଫ ତାଙ୍କୁ ବରଖାସ୍ତ କରିଥିଲା।
from Odisha Reporter https://ift.tt/365wArv
No comments:
Post a Comment